www.samajalive.in
Saturday, December 6, 2025
15.1 C
Bhubaneswar

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକଲା ମାରୁତୀ ସେନା

ବୌଦ୍ଧ : ମାନବପ୍ରେମୀ ତଥା ପିପୁଲ ଫର ସେବାର ପ୍ରତିଷ୍ଠାତା ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଆଜି ବୌଦ୍ଧ ମାରୁତୀସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବୌଦ୍ଧ ଜିଲ୍ଲାରେ ଆଦିତ୍ୟ ଦାସ ଜନ୍ମ ଗ୍ରହଣ କରି ଭୁବନେଶ୍ୱର ଯାଇ ସେଠାରେ ପିପୁଲ ଫର ସେବା ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରି ସମାଜ ସେବାକାର୍ଯ୍ୟ କରିବା ସହିତ ଏକ ବୃଦ୍ଧାଶ୍ରମ ମଧ୍ୟ ପରିଚାଳନା କରୁଥିଲେ। ସେ ମଦ ବିରୋଧୀ ଆନ୍ଦୋଳନରେ ସକ୍ରିୟ ଥିଲେ। କହିବାକୁ ଗଲେ ସେ ଯୁବ ସମାଜର ପ୍ରେରଣା ଥିଲେ ଓ ସେ ତାଙ୍କ ସନ୍ଦେଶ ମାଧ୍ୟମରେ ବହୁ ଲୋକଙ୍କ ଉପକାର କରିଥିଲେ। ଗତ ଜୁଲାଇ ୭ ତାରିଖରେ ତାଙ୍କର ମୃତ ଶରୀର ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ରେଳଷ୍ଟେସନ ପାଖରେ ରେଳ ଲାଇନ ମଝିରେ ଦେଖିବାକୁ ମିଳିଥିଲା। ଆଦିତ୍ୟ ମୃତ୍ୟୁ ଘଟଣାର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ସରକାର ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ହେଲେ ଏହି ଘଟଣା ଦୀର୍ଘ ୩ ମାସରୁ ଊର୍ଦ୍ଧ୍ବ ବିତିଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ। ତେଣୁ କ୍ରାଇମବ୍ରାଞ୍ଚ ଉପରେ ସେମାନେ ଆସ୍ଥା ହରାଇ ବସିଛନ୍ତି। ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ମାରୁତୀସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରାଯାଇଛି। ଯଦି ସରକାର ସିବିଆଇ ତଦନ୍ତ ଦାବି ପାଇଁ ଅନୁମତି ପ୍ରଦାନ ନ କରନ୍ତି ତାହାହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମାରୁତୀ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ମାରୁତୀ ସେନା ସଂଯୋଜକ ପ୍ରିୟବ୍ରତ ନାଏକ, ସହ ସଂଯୋଜକ ସୁଶିଲ ପାତ୍ର, ସମାଜସେବୀ ଇଂ ବିକାଶ ମହାକୁଡ, ଅଶୋକ ସେଠୀ, ସମାଜସେବୀ ବାଲ୍ମୀକି ମହାକୁଡ, ରାହୁଲ ନାଏକ, ବିଭୂ ଦେହୁରୀ, ଲୋକନାଥ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories