ନୂଆପଡା: ନୂଆପଡା ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ତଥା ବିଜେଡି ନେତା ଭାନୁ ପ୍ରତାପ ସିଂ ମାଝୀଙ୍କ ନେତୃତ୍ୱରେ ନୂଆପଡ଼ା ଟାନୱଟ ଠାରେ ଏକ ଆଦିବାସୀ ସମ୍ମିଳନୀ ଆୟୋଜନ କରାଯାଉଛି। ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଏନେକ ଆଦିବାସୀ ସମାଜର ବରିଷ୍ଠ ସଦସ୍ୟମାନଙ୍କ ସମେତ ଏକ ହଜାରରୁ ଅଧିକ ସଂଖ୍ୟାରେ ଆଦିବାସୀମାନେ ଉପସ୍ଥିତ ଅଛନ୍ତି।
ଏହି ସମ୍ମିଳନୀରେ ବିଭିନ୍ନ ଦଳରେ ଥିବା ଆଦିବାସୀ ମାନେ ବିଜେଡ଼ିରେ ସାମିଲ ହେବା ସହ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ସମର୍ଥନ ଦେଇଛନ୍ତି। ଗୋଣ୍ଡ ସମାଜ, ଶବର ସମାଜ, ଭୁଞ୍ଜିଆ ସମାଜ, ବରିହା ସମାଜ ପକ୍ଷରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରିବା ସହ ବିଜେଡିକୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଆଦିବାସୀ ସମାଜର ସମର୍ଥନ ପାଇବା ପରେ ବିଜେଡି ଆହୁରି ମଜବୁତ ହୋଇଛି। ଏହି ଅବସରରେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ପ୍ରତାପ ଜେନା, ସାଂସଦ ନିରଞ୍ଜନ ବିଶି, ଲାଲ ବିହାରୀ ହିମରିକା, ରମେଶ ମାଝୀ ଓ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ାର ଆଦିବାସୀ ନେତା ବିହାରୀ ଲାଲ ବିଶ୍ଵାଳ , ଭାନୁ ପ୍ରତାପ ସିଂ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।



