www.samajalive.in
Saturday, December 6, 2025
23.1 C
Bhubaneswar

ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶିଙ୍କ ଭାଇଙ୍କୁ ହତ୍ୟା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶିଙ୍କ ସମ୍ପର୍କୀୟ ଭାଇଙ୍କୁ ହତ୍ୟା ଘଟଣାରେ ତଦନ୍ତ ଜାରି ରହିଛି । ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ପାର୍କିଂ ବିବାଦକୁ ନେଇ ହୁମାଙ୍କ ଭାଇ ଓରଫ ଆସିଫ୍‍ କ୍ୟୁରେଶିଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟା ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଏକ ସିସିଟିଭି ଫୁଟେଜକୁ ନେଇ ପୁଲିସ ତଦନ୍ତ ଜରୁଛି । ମିଳିଥିବା ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଯୁବକମାନେ ଆସିଫ୍‍ଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଛନ୍ତି । ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଦୁଇ ଜଣ ଯୁବକ ଆସିଫ୍‍ଙ୍କୁ ଠେଲାପେଲା କରିବା ସହ ତଳେ ପକାଇ ମାଡ ମାରୁଛନ୍ତି । କିଛି ଲୋକମାନେ ମଧ୍ୟ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛନ୍ତି । ଏହି ସମୟରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଆସିଫ୍‍ ଙ୍କୁ ତଳେ ପକାଇ ମାରୁଛନ୍ତି । ଘଟଣାସ୍ଥଳରେ ଜୋରେ ପାଟିତୁଣ୍ଡ ହେଉଥିବା ଜଣାପଡିଛି ।
ଗୁରୁବାର ବିଳମ୍ବିତ ରାତିରେ ଆସିଫ୍‍ ଘରକୁ ଫେରିବା ପରେ ଘର ସାମ୍ନାରେ ସ୍କୁଟି ଥିବାର ଦେଖି ପଡୋଶୀଙ୍କୁ ପଚାରିଥିଲେ । ହେଲେ ପଡୋଶୀ ଯୁବକ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଳେ । ସୁଚିନ୍ତିତ ଭାବେ ଆସିଫ୍‍ଙ୍କୁ ହତ୍ୟା କରାଯାଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories