www.samajalive.in
Friday, December 12, 2025
16.1 C
Bhubaneswar

ଅଛି କି ଏସିଡିଟି ସମସ୍ୟା? ପିଅନ୍ତୁ ଏହି ଚା’, ମିଳିବ ଲାଭ..

ସଠିକ ଭାବେ ଖାଦ୍ୟ ସେବନ ନକରିବା, ଭୁଲ ଖାଦ୍ୟପେୟ କାରଣରୁ ଅନେକ ସମୟରେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ସହ ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ଅଧିକାଂଶ ଲୋକଙ୍କର ଖାଦ୍ୟପେୟ, ଜୀବନଶୈଳୀ କାରଣରୁ ହିଁ ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏସିଡିଟି ସମସ୍ୟା ଥିଲେ, କେଉଁ ଚା’ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ..
ଅଦା, ପାନମଧୁରୀ, ହଳଦୀ, ପୁଦିନା ଆଦି ହର୍ବଲ ଚା’ ପିଇପାରିବେ। ଏହି ଚା’ରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ଫଳରେ ଏସିଡିଟି ସମସ୍ୟା ଦୂର ହୋଇଥାଏ।
ଅଦା ଚା’ଏସିଡିଟି ଦୂର କରିବାରେ ବେଶ ସହାୟକ ହୋଇଥାଏ। ଏହାସହ ଚା’ ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ। ଏହା ପେଟ ଭିତରେ ଥିବା ସମସ୍ୟା ଓ ସଂକ୍ରମଣକୁ ଦୂର କରିବାରେ ସହାୟକ ହୋଇଥାଏ। ପାଚନ ତନ୍ତ୍ରରେ ଥିବା ସମସ୍ୟାକୁ ଦୂର କରିଥାଏ।
ପାନମଧୁରୀ ଚା’ ଏସିଡିଟି ସମସ୍ୟା ଦୂର ପାଇଁ ବେଶ ଲାଭଦାୟକ। ଏହି ଚା’ ଏସିଡିଟି ଓ ଏଥିପାଇଁ ଶରୀରରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ପାନମଧୁରୀରେ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ରହିଛି। ଏହା ପାଚନ ତନ୍ତ୍ରରେ ହେଉଥିବା ସମସ୍ୟା ଓ ଏସିଡିଟି କାରଣରୁ ହେଉଥିବା ଗଳା,ଛାତିର ଜଳାପୋଡା ଦୂର କରିଥାଏ।
ହଳଦୀରେ ଅନେକ ପୋଷକ ତତ୍ତ୍ୱ ସହ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହାସହ ଏଥିରେ ଆଣ୍ଟି-ବ୍ୟାକ୍ଟେରିଅଲ ଓ ଆଣ୍ଟି ଫଙ୍ଗଲ ଗୁଣ ଭରପୁର ହୋଇ ରହିଛି। ହଳଦୀ ଚା’ ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ।
ପୁଦିନା ଚା’ ଏସିଡିଟି ଦୂର କରିଥାଏ। ଏହାକୁ ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ। ସଠିକ ମାତ୍ରାରେ ଏହାର ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହେ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଏସିଡିଟି ଦୂର କରିଥାଏ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories