www.samajalive.in
Saturday, December 13, 2025
26.1 C
Bhubaneswar

୧୭ ଲକ୍ଷ ଲୁଟ୍ ଘଟଣା: କେସିଙ୍ଗାରୁ ଲୁଟେରାଙ୍କୁ କାବୁ କଲା ପୁଲିସ, ସବୁ ଟଙ୍କା ଉଦ୍ଧାର

ଫୁଲବାଣୀ: ସୋମବାର ଫୁଲବାଣୀ ଆକ୍ସିସ ବ୍ୟାଙ୍କ ପାଖରୁ ଲୁଟ ଘଟଣାରେ ପୁଲିସକୁ ସଫଳତା ମିଳିଛି। ମାତ୍ର ୪୮ ଘଣ୍ଟା ମଧ୍ୟରେ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଛି କନ୍ଧମାଳ ପୁଲିସ। ସେମାନଙ୍କ ପାଖରୁ ଲୁଟ ହୋଇଥିବା ସବୁ ଟଙ୍କା ମଧ୍ୟ ଉଦ୍ଧାର ହୋଇଛି। ଘଟଣାରେ ସଂପୃକ୍ତ ଦୁଇ ପେଶାଦାର ଲୁଟେରାଙ୍କୁ କଳାହାଣ୍ଡି ଜିଲା କେସିଙ୍ଗାରୁ ଗିରଫ କରାଯାଇଥିବା ବୁଧବାର ସ୍ଥାନୀୟ ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର।

ସୂଚନାଯୋଗ୍ୟ, ସୋମବାର ଫୁଲବାଣୀର ବ୍ୟବସାୟୀ ଅଶ୍ୱିନୀ ପାତ୍ର ଆକ୍ସିସ ବ୍ୟାଙ୍କକୁ ଟଙ୍କା ଜମା କରିବା ପାଇଁ ଯାଉଥିବା ବେଳେ ଦୁଇ ଜଣ ଯୁବକ ଏକ କଳା ପଲସରରେ ଆସି ତାଙ୍କଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଛଡାଇ ନେଇଥିଲେ। ଟାଉନ ଥାନା ପୁଲିସ ତୁରନ୍ତ ନିକଟସ୍ଥ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା। ଫୁଲବାଣୀ, ଫିରିଙ୍ଗିଆ ଓ ଗୋଚ୍ଛାପଡା ଥାନା ଅଞ୍ଚଳରେ ନାକାବନ୍ଦି କରାଯାଇଥିଲା। ଦୁର୍ବୃତ୍ତମାନେ ଗୋଚ୍ଛାପଡା ଛକରେ ପୁଲିସକୁ ଚକମା ଦେଇ ଚାଲି ଯାଇଥିଲେ। ତେବେ ପୁଲିସ ସେମାନଙ୍କୁ ପିଛା କରିବାରୁ ଲୁଟେରାମାନେ ଖଜୁରୀଗାଁ ନିକଟରେ ବାଇକ ଛାଡି ଦେଇ ଜଙ୍ଗଲ ଭିତରକୁ ଖସି ଚାଲି ଯାଇଥିଲେ। ପୁଲିସ ସଂପୃକ୍ତ ଜଙ୍ଗଲକୁ ଚାରିପଟୁ ଘେରାଉ କରିଥିଲା । ତେବେ ମଙ୍ଗଳବାର ଲୁଟେରାମାନଙ୍କ ସହଯୋଗୀମାନେ ଏକ କାର ଯୋଗେ ସେମାନଙ୍କୁ ଜଙ୍ଗଲ ଭିତରୁ ଖସାଇ ନେଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଡକୁ ଯାଉଥିବା ଜାଣିପାରି କେସିଙ୍ଗା ପୁଲିସକୁ ସୂଚନା ଦିଆଯାଇଥିଲା। କନ୍ଧମାଳ ଓ କଳାହାଣ୍ଡି ପୁଲିସର ମିଳିତ ଉଦ୍ୟମରେ ଲୁଟେରାମାନଙ୍କୁ କେସିଙ୍ଗାଠାରେ ଗିରଫ କରାଯାଇଥିବା ଏସପି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଗିରଫ ଦୁଇ ଜଣ ଗଞ୍ଜାମ ଜିଲା ଆସ୍କା ଥାନା ଅନ୍ତର୍ଗତ ପାକଲାପଲ୍ଲୀର ଏ. କିଶୋର ଓ ଏ. ହରି ବୋଲି କହିଛି ପୁଲିସ। ଏମାନଙ୍କୁ ଖସାଇ ନେଉଥିବା ଏମ. ଲିଲି, ସରସ୍ବତୀ, ଏମ. ପାଣ୍ଡୁ ଓ କାର ଡ୍ରାଇଭର ଲିଟୁ ଗୌଡକୁ ମଧ୍ୟ ପୁଲିସ ଗିରଫ କରିଛି। ଏ ସମସ୍ତଙ୍କ ଘର ଆସ୍କା ଅଞ୍ଚଳରେ ଏବଂ ଏମାନଙ୍କ ବିରୋଧରେ ନୟାଗଡ଼, ପୁରୀ ଓ ସମ୍ବଲପୁର ଥାନାରେ ପୂର୍ବରୁ ଲୁଟ ଓ ଡକାୟତି ମାମଲା ରହିଛି। ଦୁର୍ବୃତ୍ତମାନଙ୍କ ପାଖରୁ ପୁଲିସ ସମସ୍ତ ଲୁଟ ଟଙ୍କା ସହ ମୋବାଇଲ, ତାଲା ଖୋଲିବା ପାଇଁ ମାଷ୍ଟର-କି ଉଦ୍ଧାର କରାଯାଇଛି। ଏନେଇ ଫୁଲବାଣୀ ଟାଉନ ଥାନାରେ ୮୯/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories