www.samajalive.in
Saturday, December 6, 2025
16.1 C
Bhubaneswar

ଖରାଦିନେ ଆପଣାନ୍ତୁ ଏହି ଘରୋଇ ଉପାୟ ; ଦୂର ହେବ ଏସିଡିଟି ସମସ୍ୟା

ଖରାଦିନେ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ଖାଦ୍ୟ ସଠିକ ଭାବେ ହଜମ ହୋଇନଥାଏ। ଅନେକ ଲୋକଙ୍କର ବାନ୍ତି ଓ ପେଟ ଖରାପ ସହ ସଭିଁଙ୍କ ପାଇଁ ଏସିଡିଟି ମୁଖ୍ୟ ସମସ୍ୟା ପାଲଟିଥାଏ। କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟା ଦୂର କରି ହେବ। ଖରାଦିନେ କିଛି ବିଶେଷ ଜିନିଷ ଖାଦ୍ୟରେ ସାମିଲ କରିବା ଦ୍ୱାରା ଶରୀର ପାଇଁ ଲାଭଦାୟକ ହୋଇଥାଏ।
ଖରାଦିନେ ପଇଡ ପାଣି ପିଇବା ଦ୍ୱାରା ଏସିଡିଟି କମ ହୋଇଥାଏ। ଏହା ଶରୀରର ଜଳୀୟ ଅଂଶକୁ ମଧ୍ୟ ସଠିକ ରଖିଥାଏ। ଏଥିରେ ଫାଇବରର ଅଧିକ ମାତ୍ରା ରହିଛି। ଯାହା ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ।
ଏସିଡିଟି ଦୂର ପାଇଁ ଦହି ସରବତ ମଧ୍ୟ ଖୁବ ଉପକାରୀ। ଏହା ଖରାଦିନେ ପେଟକୁ ଥଣ୍ଡା ରଖିଥାଏ। ଏଥିରେ ଥିବା ପ୍ରାକୃତିକ ବ୍ୟାକ୍ଟେରିଆ ପେଟରେ ଏସିଡିଟି ହେବାକୁ ଦେଇନଥାଏ। ପାଚନ ତନ୍ତ୍ର ମଧ୍ୟ ସୁସ୍ଥ ରହିଥାଏ। ନିୟମିତ ଏହାର ସେବନ କଲେ ଏସିଡିଟି ଦୂର ହୋଇଥାଏ।
କଦଳୀ ସେବନ ଦ୍ୱାରା ମଧ୍ୟ ଏସିଡିଟିରୁ ମୁକ୍ତି ମିଳିଥାଏ। ଖରାଦିନେ କଦଳୀ ଖାଇବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଖରାଦିନେ କଦଳୀ ଖାଇବା ଦ୍ୱାରା ଏସିଡିଟି ଦୂର ହୋଇଥାଏ। ଏଥିରେ ଫାଇବର ଓ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ।
ତରଭୂଜ ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ। ପେଟ ଜନିତ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଶରୀରରେ ଜଳୀୟଅଂଶର ମାତ୍ରା ସଠିକ ରଖିଥାଏ।
ଥଣ୍ଡା କ୍ଷୀର ଏସିଡିଟି ଦୂର କରିବାର ଏକ ଉତ୍ତମ ବିକଳ୍ପ। ଥଣ୍ଡା କ୍ଷୀର ପିଇବା ଦ୍ୱାରା ପେଟ ଓ ଗଳାରେ ହେଉଥିବା ଜଳପୋଡା କମ କରିଥାଏ। ଏସିଡିଟି ହୋଇଥିଲେ କିମ୍ବା ପେଟ ଜଳାପୋଡା ଭଳି ଅନୁଭବ ହେଉଥିଲେ ଏକ ଗିଲାସ ଥଣ୍ଡା କ୍ଷୀର ପିଅନ୍ତୁ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories