www.samajalive.in
Sunday, December 7, 2025
23.1 C
Bhubaneswar

ଗର୍ଭବତୀ ଗାଈକୁ ଅମାନୁଷିକ ଭାବେ ହତ୍ୟା ଅଭିଯୋଗ

ବୌଦ୍ଧ : ପଶୁମାନଙ୍କ ପ୍ରତି ମଣିଷ ସମାଜର ନୃଶଂସ ବ୍ୟବହାର ଦିନକୁ ବଢି ଚାଲିଛି। ଏହାକୁ ସରକାର ଦଣ୍ଡନୀୟ ଅପରାଧ ବୋଲି ବିବେଚନା କରି ଆଇନ କରିଥିଲେ ମଧ୍ୟ କେହି ଖାତିର କରୁନାହିଁନ୍ତି। ଏହାର କାରଣ ଦୃଢ କାର୍ଯ୍ୟାନୁଷ୍ଠାନର ଅଭାବ ବୋଲି କୁହାଯାଇପାରିବ। କୁକୁର ଏବଂ ହାତୀ ପରେ ଏବେ ଗାଈକୁ ଅକଥନୀୟ ଅତ୍ୟାଚାର ଦିଆଯାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରୁ । ଆସନପ୍ରଶବା ଗାଈର ଗର୍ଭାଶୟରେ ଶାବଳ ପୁରାଇ ଅମାନୁଷିକ ଭାବରେ ହତ୍ୟା କରାଯାଇଥିବା ଭଳି ସମ୍ବେଦନଶୀଳ ଘଟିଛି।

ମିଳିଥିବା ସୂଚନା ମୁତବାକ ସରସରା ଟିକିରାପଡାର ତପନ ସ୍ୱାଇଁ ଚାରିପଟ ଗାଈ ରଖି ସେମାନଙ୍କର ଉପଯୁକ୍ତ ସେବା ଯତ୍ନ କରିଆସୁଥିଲେ। ଗତକାଲି (ବୁଧବାର) ରାତିରେ ଆଠ ମାସର ଗର୍ଭବତୀ ଥିବା ତାଙ୍କର ଗୋଟେ ଗାଈର ପ୍ରବଳ ରକ୍ତଶ୍ରାବ ଦେଖି ସେ ବ୍ୟସ୍ତ ହୋଇ ପଶୁଚିକିତ୍ସକଙ୍କୁ ସୂଚନା ଦେଇଥିଲେ। ଗାଈଟି ଗର୍ଭବତୀ ଥିବାରୁ ପଶୁଚିକିତ୍ସକ କୌଣସି ସମସ୍ୟା ପାଇଁ ରକ୍ତଶ୍ରାବ  କହି ଗାଈକୁ ଔଷଧ ଦେଇ ଫେରି ଯାଇଥିଲେ। କିନ୍ତୁ ଗାଈଟି ସକାଳୁ ଗୁହାଳରେ ମରିପଡିଥିବା ଦେଖି ତପନ ଦୁଃଖିତ ହେବା ସହିତ ହରିଜନ ବସ୍ତିର କିଛି ଲୋକଙ୍କୁ ଡାକି ମୃତ ଗାଈକୁ ନେଇଯିବାକୁ ଅନୁରୋଧ କରିଥିଲେ। ଗ୍ରାମଠାରୁ ମୃତ ଗାଈକୁ କିଛି ଦୂରକୁ ନେଇ ସଂପୃକ୍ତ ବ୍ୟକ୍ତିମାନେ ଗାଈର ଗର୍ଭାଶୟରେ ଏକ ଶାବଳ ଥିବା ଦେଖି ଗାଈ ମାଲିକ ତପନଙ୍କୁ ଖବର ଦେଇଥିଲେ । ପ୍ରାୟ ୪ ଫୁଟ ଲମ୍ବର ଏକ ଶାବଳକୁ କୌଣସି ବ୍ୟକ୍ତି ଗାଈର ପରିଶ୍ରା ଦ୍ୱାରରେ ପୁରାଇ ଦେଇଥିବାରୁ ପ୍ରବଳ ରକ୍ତଶ୍ରାବ ହେବା ସହିତ ଗାଈଟିର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ମୃତ ଗାଈର ପେଟରୁ ଏକ ମୃତ ବାଛୁରୀ ମଧ୍ୟ ବାହାରିଥିଲା। ଗାଈକୁ ଅମାନୁଷିକ ଭାବରେ ହତ୍ୟା ଘଟଣାକୁ ନେଇ ମାଲିକ ତପନ ଦୁଃଖରେ ଭାଙ୍ଗିପଡିଥିବାବେଳେ ତାଙ୍କ ପାଖରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଦୁଇମାସ ତଳେ କାମରୁ ବାହାର କରିଦେଇଥିବାରୁ ରାଗ ଶୁଝାଇବାକୁ ସେ ଏହିପରି ଅମାନୁଷିକ କାଣ୍ଡ କରିଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଓ ଏ ସଂପର୍କରେ ବୌଦ୍ଧଥାନାରେ ଅଭିଯୋଗ କରିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories