www.samajalive.in
Friday, December 5, 2025
17.1 C
Bhubaneswar

ଛାତ୍ରୀଙ୍କୁ ନିର୍ଯାତନା, ଅଭିଯୁକ୍ତ ଅଧ୍ୟାପକ ଗିରଫ

ସମାଜଲାଇଭ ଡେସ୍କ: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ଗିରଫ କରିଛି ପୁଲିସ। ଅପରାହ୍ନରେ ତାଙ୍କୁ କଲେଜରୁ ବହିଷ୍କୃତ କରାଯାଇଥିଲା। ବହିଷ୍କାର ନେଇ ସୂଚନା ଦେଇଛନ୍ତି ପ୍ରିନ୍ସିପାଲ୍‌ ବିଜୟ ଜେନା। କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିଲା। ଏବେ ତାଙ୍କୁ ପୁଲିସ ଗିରଫ କରିଛି। ଗତ ଜୁନ୍ ମାସରେ ସେ ଅତିଥି ଅଧ୍ୟାପକ ଭାବେ କଲେଜରେ ଯୋଗଦେଇଥିଲେ।

ସେପଟେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ଵତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ନେତୃତ୍ଵରେ ଗଠିତ ୩ ଜଣିଆ ଟିମର ଅଧ୍ୟକ୍ଷତାରେ ତଦନ୍ତ ଜାରି ରହିଛି। ଗଣମାଧ୍ୟମର ରିପୋର୍ଟ ଦେଖି ତଦନ୍ତ ପାଇଁ ଆସିଛୁ କହିଛନ୍ତି ଦେବପ୍ରସାଦ। ପିଲାମାନଙ୍କୁ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଏ ନେଇ ପଚରାଉଚରା କରିବୁ।

- Advertisement -

ସୂଚନା ଅନୁଯାୟୀ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର‌୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି। କ୍ୟାମ୍ପସ୍‌ରେ ଛାତ୍ରୀଙ୍କ ହଙ୍ଗାମାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଡ୍ରାମା ବିଭାଗ ଛାତ୍ରୀଙ୍କୁ ନିର‌୍ୟ୍ୟାତନା ଦିଆଯିବାର ଅଭିଯୋଗ ପରେ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ୍ ଅଭିଯୋଗ ହୋଇଥିଲା । ତାଙ୍କୁ ବହିଷ୍କାର କରାଯାଇଛି। ବିକ୍ଷୋଭ କରୁଥିବା ଜଣେ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Hot this week

ରୁଷ ରାଷ୍ଟ୍ରପତି ପୁଟିନଙ୍କ ଆଜି ଦିନର କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିବା ବେଳେ...

ଶୁକ୍ରବାର ରାଶିଫଳ: ଗୁପ୍ତରେ ଧନ ଅର୍ଜନ କରିବେ ଏହି ରାଶି

ମେଷ: ଉତ୍ସାହିତ ହେବେ। ପ୍ରତ୍ୟେକ କାର୍ଯ୍ୟରେ ଆଗ୍ରହୀ ଓ ଅଗ୍ରଣୀ ହେବେ। ପରିବାରର...

ଗୋଟିଏ କାର୍‌ରେ ମୋଦୀ ଓ ପୁଟିନ

ନୂଆଦିଲ୍ଲୀ : ପାଲାମ ବିମାନ ବନ୍ଦରରେ ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କୁ ସ୍ବାଗତ...

ରୁଷ୍‌ର ଆଣବିକ ଯୁଦ୍ଧ ଜାହାଜକୁ ଲିଜ୍‌ରେ ଆଣିବ ଭାରତ

ନୂଆଦିଲ୍ଲୀ : ରୁଷ୍‌ର ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧଜାହାଜକୁ ଭାରତ ୧୦ବର୍ଷ...

ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି: ରାହୁଲ

ନୂଆଦିଲ୍ଲୀ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିବାବେଳେ...

Related Articles

Popular Categories