www.samajalive.in
Friday, December 5, 2025
17.1 C
Bhubaneswar

ରାସ୍ତା ମଝିରେ ଜଳିଗଲା ଓଏସଆରଟିସି ବସ

ସମାଜଲାଇଭ ଡେସ୍କ: ବରଗଡ଼ ଜିଲା ବଲଣ୍ଡା ଛକରେ ଜଳିଗଲା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ବସ। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବସଟି ବରଗଡ଼ରୁ ପଦ୍ମପୁର ଯାଉଥିଲା। ବସରେ ୨୫ରୁ ଅଧିକ ଯାତ୍ରୀ ଥିଲେ। ବଲଣ୍ଡା ଛକ ନିକଟରେ ହଠାତ ବସରେ ନିଆଁ ଲାଗିଯାଇଥିଲା। ଡ୍ରାଇଭର ବସଟିକୁ ଅଟକାଇବା ପରେ ତୁରନ୍ତ ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ବସଗୁଡ଼ିକରେ ବାରମ୍ବାର ନିଆଁ ଲାଗିବା ଘଟଣା ଏ​‌ବେ ଯାତ୍ରୀଙ୍କ ନିରାପତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କୁ ମୋଦୀଙ୍କ ଆଲିଙ୍ଗନ

ନୂଆଦିଲ୍ଲୀ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଗୁରୁବାର ଦୁଇ ଦିନିଆ...

ରୁଷ ରାଷ୍ଟ୍ରପତି ପୁଟିନଙ୍କ ଆଜି ଦିନର କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିବା ବେଳେ...

ଶୁକ୍ରବାର ରାଶିଫଳ: ଗୁପ୍ତରେ ଧନ ଅର୍ଜନ କରିବେ ଏହି ରାଶି

ମେଷ: ଉତ୍ସାହିତ ହେବେ। ପ୍ରତ୍ୟେକ କାର୍ଯ୍ୟରେ ଆଗ୍ରହୀ ଓ ଅଗ୍ରଣୀ ହେବେ। ପରିବାରର...

ଗୋଟିଏ କାର୍‌ରେ ମୋଦୀ ଓ ପୁଟିନ

ନୂଆଦିଲ୍ଲୀ : ପାଲାମ ବିମାନ ବନ୍ଦରରେ ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କୁ ସ୍ବାଗତ...

ରୁଷ୍‌ର ଆଣବିକ ଯୁଦ୍ଧ ଜାହାଜକୁ ଲିଜ୍‌ରେ ଆଣିବ ଭାରତ

ନୂଆଦିଲ୍ଲୀ : ରୁଷ୍‌ର ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧଜାହାଜକୁ ଭାରତ ୧୦ବର୍ଷ...

Related Articles

Popular Categories