www.samajalive.in
Monday, December 8, 2025
13.1 C
Bhubaneswar

୫-ଟି ସଚିବଙ୍କୁ କାଳିମାଡ଼ ଘଟଣା, ଅଭିଯୁକ୍ତ ଭାସ୍କର ସାହୁ ମୁକ୍ତ

ଡେସ୍କ: ପୁରୀ ଜିଲ୍ଲା ସତ୍ୟବାଦୀ ଗସ୍ତରେ ଥିବାବେଳେ ଗତକାଲି ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ କରିଥିବା ଭାସ୍କର ସାହୁକୁ ପୁଲିସ ଛାଡି ଦେଇଥିବା ଜଣାପଡିଛି। କାଳିମାଡ଼ ଘଟଣା ପରେ ସମ୍ପୃକ୍ତ ଭାସ୍କର ସାହୁକୁ ପୁଲିସ ଅଟକ ରଖି ପଚରାଉଚୁରା କରିଥିଲା। ସୂଚନା ଅନୁଯାୟୀ, ୫-ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ଭାସ୍କରଙ୍କୁ ମୁକ୍ତ କରାଯାଇଛି। ଏହି ଘଟଣାରେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଭାସ୍କରକୁ ବିଳମ୍ବିତ ରାତି ଯାଏଁ ଜେରା କରିଥିଲେ। ପରେ ଭାସ୍କରଙ୍କ ବଡ ଭାଇଙ୍କ ବ୍ୟକ୍ତିଗତ ମୁଚାଲିକାରେ ଲେଖାପଢ଼ା କରି ପୁଲିସ ତାଙ୍କୁ ମୁକ୍ତ କରିଛି। ପୁଲିସ ତାଙ୍କୁ ଗାଡିରେ ନେଇ କଣାସ ହରିପୁର ଗ୍ରାମର ଛାଡ଼ିଛି। ଭାସ୍କର କହିଛି ଯେ ସେ କୌଣସି ରାଜନୈତିକ ଦଳର ସମର୍ଥକ ନୁହେଁ ଓ ସେ ଘଟଣାସ୍ଥଳରେ ହିଁ କାଳି ଫିଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିଲା। ପ୍ରଶାସନ ତାଙ୍କ ଅଭିଯୋଗ ନ ଶୁଣିବାରୁ ୫-ଟି ସଚିବଙ୍କୁ କାଳିମାଡ କରିଥିବା ଭାସ୍କର ପୋଲିସକୁ କହିଛି। ତେବେ ଏହି ଘଟଣାରେ କୌଣସି ରାଜନେତାଙ୍କ ସଂପୃକ୍ତି ନଥିବା ତଦନ୍ତରୁ ଜଣାପଡ଼ିଛି। ତେଣୁ ତାଙ୍କୁ ଛାଡ଼ିଦେବା ପାଇଁ ନିଜେ ୫-ଟି ସଚିବ ଭି କେ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ସୁରକ୍ଷାରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଲୋକଙ୍କ ମାଡରେ ସେ ଆହତ ହୋଇଥିବାରୁ ସତ୍ୟବାଦୀ ଡାକ୍ତରଖାନାରେ ଗତକାଲି ଭାସ୍କରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଭାସ୍କରଙ୍କ ମୋବାଇଲ ଫୋନ ରେକର୍ଡ ପୁଲିସ ଯାଞ୍ଚ କରିଛି।

ସୂଚନା ଯୋଗ୍ୟ, ପୁରୀ ଜିଲ୍ଲା ସତ୍ୟବାଦୀ ଗସ୍ତ ସମୟରେ ୫-ଟି ସଚିବ ଭି. କେ. ପାଣ୍ଡିୟାନ ଦାବି ପତ୍ର ଗ୍ରହଣ କରୁଥିବା ବେଳେ ଭାସ୍କର ସାହୁ ନାମକ ଜଣେ ଯୁବକ ତାଙ୍କ ମୁହଁକୁ କାଳି ଫିଙ୍ଗିଥିଲେ। ୫- ଟି ସଚିବ ଏବଂ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁ ସମେତ ଦେହରେ କାଳି ପଡ଼ିଥିଲା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories