Patra electronics

୪୩ ହଜାର ଟଙ୍କା ଲୁଟି ନେଲେ ସାଇବର ଠକ

ଗୁଣପୁର : ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ ଗୁଲୁଣ୍ଠି ପଞ୍ଚାୟତ ସୋରିଷପଦର ଗ୍ରାମରେ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି । ଏନେଇ ସେ ସାଇବର ସେଲରେ ଅଭିଯୋଗ ହୋଇଛି । ଅଭିଯୋଗକାରୀ ଆସିପୁ ଦିଲ୍ଲୀପ କୁମାରଙ୍କ କହିବାନୁସାରେ ଗୁଲୁଣ୍ଠି ଗ୍ରାମ ପଞ୍ଚାୟତର ଏକ ହ୍ବାଟ୍ସଆପ ଗ୍ରୁପରେ ଷ୍ଟେଟବ୍ୟାଙ୍କ ଆକାଉଣ୍ଟ ଅପଡେଟ ଆପ୍ଲିକେସନର ଏକ ଲିଙ୍କ ସେୟାର କରାଯାଇଥିଲା। ଏନେଇ ଦିଲ୍ଲୀପ ସେହି ଆପ୍ଲିକେସନକୁ କ୍ଲିକ୍ କରିବା କ୍ଷଣି ତାଙ୍କ ସ୍କ୍ରିନଟି ସାଇବର ଠକ କବଜ୍ଜାକୁ ଚାଲିଯାଇଥିଲା। ସଙ୍ଗେସଙ୍ଗେ ତାଙ୍କ ଆକାଉଣ୍ଟରେ ଥିବା ୪୩ ହଜାର ୮ଶହ ଟଙ୍କାକୁ ସାଇବର ଠକ ନେଇଯାଇଥିବା ସେ କହିଛନ୍ତି।

ପରେ ବ୍ୟାଙ୍କ ଯାଇ ବ୍ୟାଙ୍କ ଷ୍ଟେଟମେଣ୍ଟ ମାଗିବା ସହ ସେ ଆକାଉଣ୍ଟ ବ୍ଲକ କରିଥିଲେ । ଏହା ପରେ ସେ ରାୟଗଡ଼ା ସାଇବର ସେଲରେ ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ସାଇବର ସେଲରେ ନିଜ ମୋବାଇଲ ମେସେଜରେ-୩୨୪୦୯୨୪୦୦୨୬୮୫୩ ଅଭିଯୋଗ ନମ୍ବର ମିଳିଥିବା କହିଛନ୍ତି। ଏନେଇ ଖୁବଶୀଘ୍ର ଏହାର ତଦନ୍ତ କରିବାକୁ ଦାବି କରିବା ସହ ବିଭିନ୍ନ ଗ୍ରୁପରେ ଆସୁଥିବା ଏଭଳି ଅଜଣା ଆପ୍ଲିକେସନ କ୍ଲିକ୍ ନକରିବାକୁ ଅନୁରୋଧ କରିଛନ୍ତି।

Comments are closed.