କଳାବାଡ଼ିଆ : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଃଖୁଣ୍ଟା ନିକଟରେ ଶନିବାର ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧା ମୁମୂର୍ଷୁ ଅବସ୍ଥାରେ ରାସ୍ତା କଡରେ ଛଟପଟ ହେଉଥିଲେ। ଏହି ସମୟରେ ଦୈନିକ ‘ସମାଜ’ ଖବର କାଗଜର ପ୍ରତିନିଧି ପ୍ରଦୀପ୍ତ ହୋତା ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିବାସହ ବାଙ୍ଗିରିପୋଷି ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ଶ୍ରୀ ଦୟାନିଧି ଦାସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ପୁଲିସ ଗାଡିରେ ଆଣି କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ପ୍ରାଥମିକ ଚିକତ୍ସା କରାଇଥିଲେ। ଥାନା ଅଧିକାରୀଙ୍କ ଏହି ମହତ କାର୍ଯ୍ୟକୁ ସର୍ବସାଧାରଣରେ ପ୍ରଶଂସା କରାଯାଉଛି।
Popular Categories



