www.samajalive.in
Saturday, December 13, 2025
26.1 C
Bhubaneswar

ରାସ୍ତାରେ ଯୁବକଙ୍କ ଦବଙ୍ଗଗିରି : ମାଡ଼ରେ ସ୍କୁଟର ଆରୋହୀ ଲହୁଲୁହାଣ

ଚନ୍ଦ୍ରଶେଖରପୁର : କାର୍‌ ଓ ବାଇକ୍‌ ଧକ୍କାକୁ କେନ୍ଦ୍ର କରି ସ୍କୁଟର ଆରୋହୀ ଏବଂ କାର୍‌ରେ ଥିବା ଦୁଇ ଯୁବକଙ୍କ ମଧ୍ୟରେ କଥା କଟାକଟି ଶେଷରେ ଲହୁଲୁହାଣ ପର୍ଯ୍ୟନ୍ତ ଯାଇଛି।। ଏଭଳି ଦୃଶ୍ୟ ରବିବାର ରାତିରେ ଚନ୍ଦ୍ରଶେଖରପୁର ରାସ୍ତାରେ ଦେଖିବାକୁ ମିଳିଥିବାବେଳେ ଆଇନଶୃଙ୍ଖଳା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଦୁର୍ଘଟଣାକୁ କେନ୍ଦ୍ର କରି ସ୍କୁଟର ଆରୋହୀଙ୍କୁ ଦୁଇ ଜଣ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ରାସ୍ତାରେ ଥିବା ଡିଭାଇଡରରେ ସ୍କୁଟର ଆରୋହୀଙ୍କ ମୁଣ୍ଡକୁ ପିଟି ଫଟାଇ ଦେଇଥିଲେ। ତାଙ୍କୁ ନିସ୍ତୁକ ମାଡ଼ ମାରି ଚାଲିଥିଲେ। ରାସ୍ତାରେ ଯାଉଥିବା ଲୋକେ ଦେଖଣାହାରୀ ପାଲଟି ଯାଇଥିଲେ। ଖବର ପାଇ ପୁଲିସ ପହଞ୍ଚିବା ବେଳକୁ ସ୍କୁଟି ଚାଳକ ଲହୁଲୁହାଣ ହୋଇସାରିଥିଲେ। ଚନ୍ଦ୍ରଶେଖରପୁର ରାସ୍ତାରେ ୨ଜଣ ଯୁବକ ଏବଂ ଜଣେ ଯୁବତୀ ଏଭଳି ଦବଙ୍ଗଗିରି ଦେଖାଇ ଜଣେ ଯୁବକଙ୍କୁ ପିଟି ଚାଲିଥିବା ବେଳେ କେହି ଉକ୍ତ ସ୍କୁଟି ଚାଳକଙ୍କୁ ଉଦ୍ଧାର କରିବାକୁ ସାହସ କରି ନ ଥିଲେ। ପୁଲିସକୁ ଦେଖି ଆକ୍ରମଣକାରୀ ଜଣେ ଯୁବକ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ପୁଲିସ ତାକୁ ଗୋଡ଼ାଇ କାବୁ କରିନେଇଥିଲା। ଅନ୍ୟ ଯୁବକ ଜଣଙ୍କୁ ଘଟଣାସ୍ଥଳରୁ ଖସି ଯାଇଥିଲା। କାର୍‌ରେ ଥିବା ଜଣେ ଜିନ୍‌ ପିନ୍ଧା ଯୁବତୀ ଆକ୍ରମଣକାରୀ ଦୁଇ ଯୁବକଙ୍କୁ ମାଡ଼ ମାରିବାକୁ ଉସୁକାଉଥିଲା।
ସ୍କୁଟି ଚାଳକ ଶିଖରଚଣ୍ଡି ବସ୍ତିର ଉମେଶ ଡମଣା ପଟୁ ଆସି ଚନ୍ଦ୍ରଶେଖରପୁର ତେଲ ଟାଙ୍କି ନିକଟରେ ଥିବା କଟ୍‌ରେ ୟୁଟର୍ଣ୍ଣ ନେଉଥିବା ବେଳେ ଜୟଦେବବିହାର ପଟୁ ଆସୁଥିବା କାର୍‌ରେ ସାମାନ୍ୟ ଧକ୍କା ହୋଇଥିଲା। ଏହାକୁ ନେଇ କାର୍‌ରେ ବସିଥିବା ମଧୁସୂଦନ ଦାସ ନାମକ ଯୁବକ ଓହ୍ଲାଇ ଉମେଶଙ୍କୁ ଆକ୍ରମଣ କରିଥିଲା। ସେ ଉମେଶଙ୍କୁ ପିଟୁଥିବା ବେଳେ କେହି ସହାୟତା କରିବାକୁ ସେଠାକୁ ଗଲେ ଦୁଇ ଯୁବକ ସେମାନଙ୍କୁ ମାରିବାକୁ ଗୋଡ଼ାଉଥିଲେ। କିଛି ଲୋକଙ୍କୁ ସେମାନେ ବିଧା ଗୋଇଠା ମଧ୍ୟ ମାରିଥିଲେ। ୨ ଯୁବକଙ୍କ ଦବଙ୍ଗଗିରି ଦେଖି କେହି ସାହସ ଜୁଟାଇ ପାଖକୁ ଯାଉ ନ ଥିଲେ। ଡମଣା ରାସ୍ତାର ଦୁଇପଟ ରାସ୍ତାରେ ଟ୍ରାଫିକ୍‌ କିଛି ସମୟ ପାଇଁ ଭିଡ଼ ହୋଇଯାଇଥିଲା। ଲୋକେ ଯିବାକୁ ବାଟ ନ ପାଇ ରାସ୍ତା ଉପରେ ଗାଡ଼ି ପାର୍କିଂ କରି ଯୁବକଙ୍କ ମାରପିଟ୍‌ ଦୃଶ୍ୟ ଦେଖିଥିଲେ। କେହି ଜଣେ ଏସମ୍ପର୍କରେ ଡାଏଲ୍‌-୧୦୦କୁ ଜଣାଇବା ପରେ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା।
ପୁଲିସ ଉପସ୍ଥିତିରେ ଉଭୟ ଯୁବକଙ୍କ ମଧ୍ୟରେ କଥା କଟାକଟି ଚାଲିଥିଲା। ଏହି ଘଟଣାରେ ଦୁଇ ଯୁବକଙ୍କୁ ପୁଲିସ ଚନ୍ଦ୍ରଶେଖରପୁର ଥାନାକୁ ନେଇ ପଚରାଉଚରା କରୁଛି। ଥାନାରେ ଉଭୟପକ୍ଷ ପୃଥକ୍‌ ଅଭିଯୋଗ କରିଥିବା ଜଣାପଡ଼ିଛି। ଧରାପଡ଼ିଥିବା ମଧୁସୂଦନ ନାମକ ଯୁବକ ବିରୋଧରେ ଏକାଧିକ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି। ବଳପୂର୍ବକ ଜମି ଦଖଲ ଦେବା ଭଳି ମାମଲାରେ ତା’ ବିରୋଧରେ ମାମଲା ରହିଥିବା ପୁଲିସ କହିଛି। ମଧୁସୂଦନ ନିଶାସକ୍ତ ଅବସ୍ଥାରେ ଥିବା ଭଳି ପୁଲିସ ଜାଣିବା ପରେ ଡାକ୍ତରଖାନାକୁ ନେଇଛି। ସେହିପରି ଉମେଶ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଉଭୟପକ୍ଷଙ୍କ ଅଭିଯୋଗକୁ ନେଇ ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories