ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗର ଅନ୍ତର୍ଗତ ବଡଗଡ ଥାନା ବରୋଦା ଗାଁ ଜାମାପାଲି ଠାରେ ମଙ୍ଗଳବାର ଏକ ବରଯାତ୍ରୀ ନେଇ ଯାଉଥିବା ମିନିଟ୍ରକ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାମାପାଲି ଠାରେ ରାସ୍ତାକଡକୁ ଗାଡି ଓଲଟି ଏଥିରେ ୨୦ ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବଡଗଡ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବଡଗଡ ଥାନା ନୂଆସାହିରୁ ଗଜପତିର ଝରଣା ଗାଁକୁ ବରଯାତ୍ରୀ ଉକ୍ତ ମିନିଟ୍ରକରେ ଯାଉଥିଲେ ବୋଲି ସୂଚନା ମିଳିଛି।
Popular Categories



