ପାରାଦୀପ: ଜଗତସିଂହପୁର ଜିଲା ଅଠରବାଙ୍କୀ ଟର୍ମିନାଲ ଛକ ନିକଟରେ ବୁଧବାର ଏକ ବାଇକକୁ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ମୃତ୍ୟ ହୋଇଛି। ମୃତକ ଜଣକ କୁଜଙ୍ଗ ବ୍ଲକ ଚଟୁଆ ପଞ୍ଚାୟତ ପୋଖରିଆପଡା ଗ୍ରାମର ବ୍ରହ୍ମାନନ୍ଦ ଦାସଙ୍କ ପୁଅ ଅଜୟ ଦାସ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାସ୍ତାରେ ଥିବା ଖାଲ ଯୋଗୁଁ ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କର ଅଜୟଙ୍କ ବାଇକ୍ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଅଜୟଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ପାରାଦ୍ବୀପ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ତେଲ ଟ୍ୟାଙ୍କରକୁ ମଧ୍ୟ ଜବତ କରିଛି। ଗାଡିର ଚାଳକ ଫେରାର ହୋଇଯାଇଛି।
ବାଇକକୁ ଧକ୍କା ଦେଲା ତେଲ ଟ୍ୟାଙ୍କର ; ଚାଳକ ମୃତ
Popular Categories



