ସଡକ ଦୁର୍ଘଟଣା ; ମହିଳାଙ୍କ ମୁଣ୍ଡରେ ଚଢିଗଲା ବସ

0

କଟକ : କଟକ-ଭୁବନେଶ୍ୱର ଜାତୀୟ ରାଜପଥର ବମ୍ପକୁଦ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୋମବାର ଅପରାହ୍ନରେ ଆଠଗଡର ସୁଜତା ନାୟକ ଓ ପ୍ରଭାତ ନାୟକ ନିଜର ଆକ୍ଟିଭା ସ୍କୁଟିରେ ଭୁବନେଶ୍ୱର ଯାଉଥିବା ସମୟରେ ଏକ ବସ ପଛପଟୁ ଧକ୍କା ଦେଇଥିଲା। ଫଳରେ ସୁଜତା ଗାଡିରୁ ଖସିପଡିଥିଲେ ତାଙ୍କ ମୁଣ୍ଡ ଉପରେ ବସଟି ଚଢିଯାଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗାଡିଚାଳକ ପ୍ରଭାତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି। ସଦର ଥାନା ପୁଲିସ ବସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଚଳାଇଛି।

Leave A Reply