ବସ ଦୁର୍ଘଟଣାରେ ୭ ଆହତ  

0

ରେଢ଼ାଖୋଲ: ରେଢ଼ାଖୋଲ ଥାନା ଲୁହାପଙ୍କ ନିକଟସ୍ଥ ୫୫ ନଂ ଜାତୀୟ ରାଜପଥ ନିକଟରେ ଗତରାତି ପ୍ରାୟ୨ଟା ବେଳେ ଭୁବନେଶ୍ୱରରୁ ଇବ ଥର୍ମାଲ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଗୁରୁତର ଥିବା ବେଳେ ୭ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନେ ହେଲେ କଟକ ସାଲେପୁର ନିରଂଜନ ବାରୀକ(୩୩),ଢେଙ୍କାନାଳ ଲକ୍ଷ୍ମୀପ୍ରିୟା ରାଉତ(୨୨), ଅରବିନ୍ଦ aହାପାତ୍ର(୩୦), ଯାଜପୁର ରୋଡର ନିର୍ମଳ ଚନ୍ଦ୍ର ଭୁୟାଁ(୪୨), କେନ୍ଦ୍ରାପଡାର କାଳନ୍ଦିଚରଣ ମୁଦୁଲି(୩୫), ରଶ୍ମି ରଂଜନ ଧଳ((୩୮), ଝାରସୁଗୁଡାର ମାନସ ମହାପାତ୍ର(୨୭), କର୍ଣ୍ଣ ପରିଡା(୩୮)। ଆହତମାନଙ୍କୁ ଦମକଳ ବାହିନୀ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନକୁ ଆଣିଥିବା ବେଳେ ଏମାନଙ୍କ ମଧ୍ୟରୁ  କର୍ଣ୍ଣ ପରିଡାଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ଚିକିତ୍ସା ପରେ ଛାଡିଦିଆଯାଇଥିବା ଜଣାଯାଇଛି।

Leave A Reply