ନବରଙ୍ଗପୁର: ଭାରସାମ୍ୟ ହରାଇ ଏକ ଚଳନ୍ତା ଟ୍ରକ ପଛପଟେ ବାଇକ ଚାଳକ ପିଟିହୋଇ ଆହତ ହୋଇଥିବା ଜଣାପଡିଛି। ଆଜି ରାତ୍ରରେ ନବରଙ୍ଗପୁର ବ୍ଲକ ପାକନା ଗୁଡା ଗ୍ରାମର ଜଣେ ବ୍ୟକ୍ତି ବାଇକ ଯୋଗେ ପାପଡାହାଣ୍ଡିରୁ ନବରଙ୍ଗପୁର ଅଭିମୁଖେ ଆସୁଥିଲେ। ଏହି ସମୟରେ ନବରଙ୍ଗପୁର ଆରଟିଓ ଅଫିସ ସାମନାରେ ଆଗପଟେ ଯାଉଥିବା ଏକ ଟ୍ରକ ପଛପଟେ ପିଟିହୋଇ ଆହତ ହୋଇଥିଲେ। ଏହାପରେ ଘଟଣା ସ୍ଥଳରେ ନବରଙ୍ଗପୁର ପୁଲିସ ପହଞ୍ଚି ଆହତକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।
Popular Categories



