www.samajalive.in
Saturday, December 6, 2025
26.1 C
Bhubaneswar

ଯାତ୍ରୀବାହୀ ବସ୍‍ ଧକ୍କାରେ ବାଇକ୍ ଚାଳକ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ଲାଇଫଲାଇନ ୨୦ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ଚକାଡୋଳା ପେଟ୍ରୋଲ ପମ୍ପ ସାମ୍ନା ରାସ୍ତାରେ ଭୁବନେଶ୍ୱରରୁ କେନ୍ଦୁଝର ଯାଉଥିବା ‘ସ୍ଵର୍ଣ୍ଣ ଲକ୍ଷ୍ମୀ’ ନାମକ ଏକ ବସ ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ବାଇକରୁ ଖସିପଡ଼ିଥିବା ଆନୁମାନିକ ୩୦ବର୍ଷର ଯୁବକଙ୍କ ମୁଣ୍ଡ ପଛପଟ ପିଚୁ ରାସ୍ତାରେ ମାଡ଼ ହୋଇ ଖପୁରୀ ଉଠିଯାଇ ସେ ଗୁରୁତର ହୋଇଛନ୍ତି। ଘଟଗାଁ ଥାନାରୁ ବସ ପଛେ ପଛେ ଢେଙ୍କିକୋଟ ଫେରୁଥିବା ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଘଟଣା ସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରି ପୁଲିସ୍ ଜିପରେ ପାଟଣା ମେଡିକାଲରେ ଭର୍ତି କରିଛନ୍ତି । ଦୁର୍ଘଟଣାର ଶୀକାର ହୋଇଥିବା ବାଇକଟି ପୂର୍ଣ୍ଣ ମୁଣ୍ଡାଙ୍କ ନାମରେ ଥିବା ବେଳେ ଗୁରୁତରଙ୍କର ସଠିକ୍ ପରିଚୟ ମିଳିପାରିନାହିଁ। ତେବେ ଶେଷ ଖବର ସୁଦ୍ଧା ବସ ଧକ୍କାରେ ଗୁରୁତର ବାଇକ୍ ଚାଳକ ଜଣଙ୍କ ଘଟଗାଁ ବ୍ଲକ ବିନିଦା ଗ୍ରାମର ଗହ୍ମା ମୁଣ୍ଡା ଓ ସେ ଘଟଗାଁ ବ୍ଲକ୍ ଧନୁର୍ଜୟପୁରର ବନ୍ଧୁ ଘରକୁ ବୁଲିଆସିଥିଲେ। ଗୁରୁତର ଗହ୍ମାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories