www.samajalive.in
Saturday, December 6, 2025
19.1 C
Bhubaneswar

ଉଦ୍ଧମପୁର ଦୁର୍ଘଟଣା: ମୃତଦେହ ମିଳିବାର ୨୪ ଘଣ୍ଟା ପରେ ପାଣିରେ ଭାସୁଛି କାର

ଜମ୍ମୁ : ମୃତଦେହ ମିଳିବାର ୨୪ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ କାର ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। କାରରେ ଥିବା ଅନ୍ୟ ୪ ଜଣ ଏବେ ବି ନିଖୋଜ ଅଛନ୍ତି।

ସୂଚନାଯୋଗ୍ୟ, ସୋମବାର ଦିନ ମୋହନଲାଲ ନାମକ ଜଣେ ବ୍ୟକ୍ତି ପରିବାର ସହିତ ସେହି ଗାଡିରେ ଚିନୈନିକୁ ଯାଉଥିଲେ। ପରେ ସେମାନଙ୍କ କୌଣସି ଖୋଜଖବର ମିଳିନଥିଲା। ବୁଧବାର ଦିନ ତାଙ୍କ ମୃତଦେହ ନିକଟସ୍ଥ ଘାଟି ତଳ ଏକ ନଳାରୁ ମିଳିଥିଲା। କିନ୍ତୁ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ସନ୍ଧାନ ମିଳିନଥିଲା। କିନ୍ତୁ ଆଜି ସେହି ଘାଟି ତଳ ନାଳରେ କାର ଭାସୁଥିବା ଦେଖିବାକୁ ମିଳିଛି। ଗାଡି ବିଷୟରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

- Advertisement -

ପ୍ରକାଶ ଯେ, ସୋମବାର ସକାଳେ ମୋହନଲାଲ ପତ୍ନୀ ଏବଂ ତିନି ପିଲାଙ୍କ ସହ ରାମନଗରର ଜାନ୍ଦ୍ରାଡି ଅଞ୍ଚଳରୁ ଚାଇନାର ଅଭିମୁଖେ ଯାତ୍ରା କରିଥିଲେ। ସନ୍ଧ୍ୟା ସୁଦ୍ଧା ଯେତେବେଳେ ମୋହନଲାଲ ଚିନୈନି ପହଞ୍ଚି ନଥିଲେ, ପରିବାର ଲୋକଙ୍କ ଚିନ୍ତା ବଢିଥିଲା। ମୋହନଲାଲ ଏବଂ ପତ୍ନୀଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା। ଏହା ପରେ ପରିବାର ଲୋକ ରାମନଗର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଦିନ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କ କିଛି ପତ୍ତା ମିଳିଲା ନାହିଁ। କିନ୍ତୁ ବୁଧବାର ଦିନ କିଛି ଲୋକ ଡ୍ରେନ୍ ଭିତରେ ଏକ ମୃତଦେହ ଭାସୁଥିବା ଦେଖି ରାମନଗର ପୁଲିସ ଷ୍ଟେସନରେ ଜଣାଇଥିଲେ। ସୂଚନା ପାଇବା ପରେ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଡାଇଭରଙ୍କ ସାହାଯ୍ୟରେ ମୃତଦେହ ବାହାର କରିଥିଲେ। ମୃତଦେହ ନିଖୋଜ ମୋହନଲାଲ ବୋଲି ଜଣାପଡିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories