www.samajalive.in
Monday, December 8, 2025
27.1 C
Bhubaneswar

ଅମିତାଭ ଓ ଅଭିଷେକ ବଚ୍ଚନଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ନେଗେଟିଭ  

ମୁମ୍ବଇ: ବଲିଉଡ଼ର ବାଦଶାହ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କରୋନା ପଜିଟିଭ ହେବା ପରେ କୋଭିଡ଼ ୧୯ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଗ୍ ବିଙ୍କର ସ୍ୱାବ ରିପୋର୍ଟ ନେଗେଟିଭ ଆସିଛି। ମାତ୍ର ତାଙ୍କର ଆଉ ୨ଟି ଟେଷ୍ଟ କରାଯିବ। ଗତ ୧୨ ଦିନ ହେବ ଅମିତାଭ, ଅଭିଷେକ ବଚ୍ଚନ ମୁମ୍ବଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାସହ ଐଶ୍ୱର୍ଯ୍ୟା ଓ ଆରାଧ୍ୟ୍ୟା ବଚ୍ଚନ ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ତାଙ୍କୁ ମଧ୍ୟ ପରେ ହସ୍ପିଟାଲରେ ଭର୍ତି କରାଯାଇଛି।
ଅମିତାଭ ବଚ୍ଚନଙ୍କର ୨୨ ଜୁଲାଇରେ ହୋଇଥିବା ସ୍ୱାବ ଟେଷ୍ଟରେ ରିପୋର୍ଟ ନେଗେଟିଭ ଆସିଥିବାର ସୂଚନା ନାନାବତୀ ହସ୍ପିଟାଲର ପକ୍ଷରୁ ମିଳିଛି।ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଆଉ ୨ଟି ଟେଷ୍ଟ ରିପୋର୍ଟ ଆସିବା ପରେ , ଲଗାତାର ୩ଟି ଟେଷ୍ଟର ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଛଡ଼ାଯାଇପାରିବ।
ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଷେକ ବଚ୍ଚନଙ୍କର ସମସ୍ତ ରିପୋର୍ଟ ନେଗେଟିଭ ଆସିଛି। ଆଜି ସନ୍ଧ୍ୟାରେ ଅଭିଷେକଙ୍କୁ ହସ୍ପିଟାଲରୁ ଡ଼ିସଚାର୍ଜ କରାଯିବାର ରହିଛି।ଏଯାଏଁ ଐଶ୍ୱର୍ଯ୍ୟା ଓ ଆରାଧ୍ୟ୍ୟାଙ୍କ ରିପୋର୍ଟ ଆସି ନାହିଁ।
ହସ୍ପିଟାଲରେ ରହିଥିବା ସମୟରେ ମଧ୍ୟ ଅମିତାଭ ବଚ୍ଚନ ସୋସିଆଲ ମିଡ଼ିଆ ସହ ଜଡ଼ିତ ହୋଇ ରହିଛନ୍ତି। ବୁଧବାର ଦିନ ନିଜ ଫଟୋ ସହ ଅମିତାଭ ଲେଖିଛନ୍ତି, ନିରବତା ମଧ୍ୟରେ ନିଜର ସମସ୍ତ ସମସ୍ୟା, ଦୁଶ୍ଚିତାକୁ ଲୁଚାଇ ଦିଅନ୍ତୁ, ଉଚ୍ଚ ସ୍ୱର କଦାପି ସମସ୍ୟାକୁ ସହଜ କରିନଥାଏ।
ବିଗ୍ ବି କରୋନା ପଜିଟିଭ ଜଣାପଡ଼ିବା ପରେ ତାଙ୍କର ସମସ୍ତ ପ୍ରଶଂସକ ସର୍ବଦା ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି।
ଜୁଲାଇ ୧୧ରେ ଅମିତାଭ ଓ ଅଭିଷେକ ବଚ୍ଚନ ନାନାବତୀ ହସ୍ପିଟାଲରେ ଭର୍ତି ହୋଇଥିଲେ। ବଚ୍ଚନ ପରିବାର ମଧ୍ୟରେ କେବଳ ଜୟା ବଚ୍ଚନଙ୍କର ରିପୋର୍ଟ ନେଗେଟିଭ ଆସିଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories