www.samajalive.in
Tuesday, December 9, 2025
17.1 C
Bhubaneswar

୩୦୦ ଟଙ୍କା ପାଇଁ ମଜୁରୀ ଲାଗୁଛନ୍ତି ଏହି ଧାବକ

ଟ୍ରାକରେ ଲମ୍ବା ଦୌଡ଼ର ଧାବକ ଏବେ ଦିନ ମଜୁରିଆ। କରୋନା ଦୁଃଖ ତାଙ୍କୁ ଅସହାୟ କରିଦେଇଛି, ଯେଉଁଥିପାଇଁ ଆଜି ସେ ମାତ୍ର ୩୦୦ ଟଙ୍କା ପାଇଁ ମଜୁରୀ ଲାଗୁଛନ୍ତି। ଦିନେ କାମକୁ ନ ଗଲେ ପରିବାର ଚଳିବା କଷ୍ଟକର ହୋଇପଡ଼ୁଛି। ଏକଦା ବଡ଼ ବଡ଼ ଦୌଡ଼ ପ୍ରତିଯୋଗିତା ଜିତି ଏକାଧିକ ସ୍ବର୍ଣ୍ଣ ପଦକ ପାଇଥିବା ଏହି ଧାବକଙ୍କ ଅବସ୍ଥା ଏବେ ଏପରି।

- Advertisement -

ଏହି ଧାବକ ଜଣକ ହେଉଛନ୍ତି ଝାଡ଼ଖଣ୍ଡର ଅର୍ଜୁନ ଟୁଡୁ। ଜାମଶେଦପୁରର ସୁଦୂର ଆଦିବାସୀ ବହୁଳ ଗାଁ ନାଗଡିହରେ ତାଙ୍କ ଘର। ୧୦ ହଜାର ମିଟର ଟ୍ରାକ୍‌ ଆଣ୍ଡ ଫିଲ୍ଡ ଏବଂ ମାରାଥର ବାଦଶାହ ରୂପେ ସେ ରାଜ୍ୟରେ ପରିଚିତ। ବହୁ ପ୍ରତିଯୋଗିତାରେ ସେ ବିଜୟୀ ହୋଇଛନ୍ତି, ଯେଉଁଥିପାଇଁ ତାଙ୍କ ଘର ପଦକ ଏବଂ ଟ୍ରଫିରେ ଭର୍ତ୍ତି ହୋଇଛି। କିନ୍ତୁ ଏବେ ସେ ଦିନକୁ ୩୦୦ ଟଙ୍କା ପାଇଁ ଅନ୍ୟ ପାଖରେ ମଜୁରି ଲାଗୁଛନ୍ତି।

ଅର୍ଜୁନ କୁହନ୍ତି, ଲକ୍‌ଡାଉନ ଯୋଗୁ କୌଣସି ସ୍ଥାନରେ ମାରାଥନ ହେଉନାହିଁ। ତେଣୁ ମୁଁ କେଉଁଠୁ ପୁରସ୍କାର ଜିତିବି ଆଉ ଆମ ଘର ଚଳିବ। ସୂଚନାଯୋଗ୍ୟ, ଅର୍ଜୁନ ୧୦ ହଜାର ମିଟର ଟ୍ରାକ୍‌ ଆଣ୍ଡ ପିଲ୍ଡ ରେସ୍‌ରେ ସାରା ଦେଶ ବୁଲି ବୁଲି ଭାଗ ନେଇଥାନ୍ତି। ସେଥିରୁ ଯେଉଁ ପୁରସ୍କାର ରାଶି ମିଳେ ସେଥିରେ ତାଙ୍କ ପରିବାର ଚଳେ। ସରକାର ଯଦି କୌଣସି ସ୍ଥାନରେ କିଛି ଚାକିରି ଯୋଗାଇ ଦିଅନ୍ତେ ତେବେ ସେମାନଙ୍କ ଆତ୍ମସମ୍ମାନ ବଞ୍ଚି ପାରନ୍ତା ବୋଲି ଅର୍ଜୁନଙ୍କ ପତ୍ନୀ କହିଛନ୍ତି। ଅର୍ଜନୁ ୨୦୧୦ରୁ ଯେଉଁ ସ୍ଥାନରେ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି ସେଠାରେ କେବଳ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କ ଘରେ ପଦକ ସବୁ ପଡ଼ିରହିଥିବାବେଳେ ଖଣ୍ଡେ କୋଦାଳ ତାଙ୍କ ଜୀବିକାର ସାଥୀ ପାଲଟିଛି।

 

input & pic: aajtak

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories