ମୁମ୍ବଇ : ରୂପେଲୀ ପରଦାରେ ବାହୁବଲୀ ସୁପରଷ୍ଟାର ଓ ବଲିଉଡ଼ର ଡ଼ିମ୍ପଲ ଗର୍ଲ ଭାବେ ପରିଚିତ ଦୀପିକା ପାଦୁକୋନ ଙ୍କ ଯୋଡ଼ି ଚମକିବ। ଦୀପିକା ଓ ପ୍ରଭାସଙ୍କ ଯୋଡ଼ି ରୂପେଲୀ ପରଦାରେ ନଜର ଆସିବାର ରହିଛି। ଏହି ଚଳଚ୍ଚିତ୍ରଟି ତେଲୁଗରେ ହେବ। ଯାହାକୁ ହିନ୍ଦୀ ଓ ତାମିଲରେ ମଧ୍ୟ ଡ଼ଭ (ଚଳଚ୍ଚିତ୍ର ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରିବା)କରାଯିବ। ଏହା ସାଇନ୍ସ ଫିକ୍ସିଅନ ଚଳଚ୍ଚିତ୍ର ହୋଇପାରେ। ନାଗ୍ ଅଶ୍ୱୀନ ଏହି ଚଳଚ୍ଚିତ୍ରର ନିଦର୍ଶନ (ଉପଦେଶ ଭାର) ଭାର ଗ୍ରହଣ କରିବେ।
ଚଳଚ୍ଚିତ୍ର ନିର୍ମାତାମାନଙ୍କ ଠାରୁ ଏଥିପାଇଁ ପ୍ରଭାସଙ୍କୁ ୫୦ କୋଟି ଓ ଦୀପିକା ମେଗାବଜେଟ ଚଳଚ୍ଚିତ୍ର ପାଇଁ ୨୦ କୋଟି ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ରୂପେଲୀ ପରଦାରେ ଚମକିବ ବାହୁବଲୀ ଷ୍ଟାର ଓ ଡ଼ିମ୍ପଲ ଗର୍ଲଙ୍କ ଯୋଡ଼ି
Popular Categories



