www.samajalive.in
Saturday, December 6, 2025
23.1 C
Bhubaneswar

ଟ୍ରକ ଧକ୍କାରେ ବାଇକ୍ ଚାଳକ ଗୁରୁତର

ସୁଆଣ୍ଡୋ : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ଗୁରୁବାର ବାଲି ବୋଝେଇ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ବ୍ୟକ୍ତି ହେଉଛନ୍ତି ସତ୍ୟବାଦୀ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବିରଞ୍ଚି ନାରାୟଣ ମହାପାତ୍ର(୩୨)। ସେ ନିଜ ଦୋକାନ ପାଇଁ ସଉଦା ଆଣିବାକୁ ସାତଶଙ୍ଖରୁ ବାଇକ୍ ଯୋଗେ ଆସୁଥିଲେ। ଶିରିଆପୁର ଛକ ନିକଟରେ ଏକ ବାଲି ବୋଝେଇ ଟ୍ରକ ବିରଞ୍ଚିଙ୍କୁ ଧକ୍କା ଦେଇଥିଲା। ସେ ତଳେ ପଡିଯାଇଥିଲେ। ଟ୍ରକ ଚକା ତାଙ୍କର ଦୁଇ ଗୋଡ ଉପରେ ମାଡି ଯାଇଥିଲା । ଖବର ପାଇ ସାତଶଙ୍ଖ ଫାଣ୍ଡି ଅଧିକାରୀ ନାରାୟଣ ବେହେରା ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାକୁ ପଠାଇ ଥିଲେ । ସେଠାରେ ବିରଞ୍ଚିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ଵର ପଠାଯାଇଥିଲା । ପରିବାର ପକ୍ଷରୁ ଏକ ବେସରକାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ଜଣାପଡିଛି ।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories