www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ, ମହୁ ମିଶା କ୍ଷୀରର ଉପକାରିତା

ଆପଣମାନେ କ୍ଷୀର ଓ ମହୁର ଲାଭଦାୟକ ଗୁଣ ବିଷୟରେ ଅନେକ କଥା ଜାଣିଥି​‌ବେ। ନିୟମିତ ରୂପେ କ୍ଷୀରରେ ଚିନି ମିଶାଇ ଅଧିକାଂଶ ଲୋକ ପିଇଥାଆନ୍ତି। କିନ୍ତୁ କ୍ଷୀରରେ ଚିନି ବଦଳରେ ମହୁ ମିଶାଇ ପିଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ମହୁରେ ଅନେକ ଲାଭଦାୟକ ଭିଟାମିନ ରହିଛି। ଏହାକୁ କ୍ଷୀରରେ ମିଶାଇ ପିଇବା ଦ୍ବାରା ଦୁଇ ଗୁଣ ଲାଭ ମିଳିଥାଏ। ଏହା ଆପଣଙ୍କ ସ୍ବାସ୍ଥ୍ୟ ସହ ମୁହଁ ପାଇଁ ମଧ୍ୟ ଖୁବ ଉପକାରୀ ହୋଇଥାଏ। ଆସନ୍ତୁ ଜାଣିବା କ୍ଷୀର ସହ ମହୁ ମିଶାଇ ପିଇବା ଦ୍ବାରା କ’ଣ ଲାଭ ମିଳିଥାଏ ..

ମୁହଁ ପାଇଁ ଲାଭଦାୟକ :

- Advertisement -

କ୍ଷୀର ଓ ମହୁ ପିଇବା ଦ୍ବାରା ମୁହଁର ଚମକ ବୃଦ୍ଧି ପାଇଥାଏ। ବିଶେଷ କରି ମହୁ ଓ କ୍ଷୀରରେ ସୂକ୍ଷ୍ମକୀଟ ନାଶକ ଗୁଣ ରହିଛି। କ୍ଷୀର ସହ ମହୁ ମିଶାଇ ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାଏ।

ଚର୍ମ ରୋଗ ପାଇଁ :

କ୍ଷୀର ଓ ମହୁକୁ ଉଚିତ ପରିମାଣରେ ମିଶାଇ ଦିଅନ୍ତୁ। ତାପରେ ସେତିକି ପରିମାଣରେ ପାଣି ମିଶାଇ ଶରୀରରେ ମଧ୍ୟ ଲଗାନ୍ତୁ। ଏପରି କରିବା ଦ୍ବାରା ଚର୍ମ ରୋଗ ହୋଇନଥାଏ।

ପାଚନ କ୍ରିୟା ସଠିକ ଭାବେ କରେ :

ମହୁକୁ ବ୍ୟାକ୍ଟେରିଆ ନାଶକ ବୋଲି କୁହାଯାଇଛି। ଏହାର ସେବନ ଦ୍ବାରା ପାଚନ କ୍ରିୟା ସଠିକ ଭାବେ ହୋଇଥାଏ। ପ୍ରତିଦିନ କ୍ଷୀରରେ ଦୁଇ ଚାମଚ ମହୁ ମିଶାଇ ପିଇବା ଦ୍ବାରା ହଜମ ପ୍ରକ୍ରିୟାରେ ସୁଧାର ଆସିଥାଏ। କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ପେଟ ସମ୍ବନ୍ଧୀୟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।

ଶାରୀରିକ ଶକ୍ତି ବୃଦ୍ଧି ହୁଏ :

ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀରରେ ମହୁ ପକାଇ ପିଇବା ଦ୍ବାରା ଶାରୀରିକ ଶକ୍ତି ବୃଦ୍ଧି ହୋଇଥାଏ। କ୍ଷୀରରେ ପ୍ରୋଟିନ ଅଛି। ଏହାସହ ମହୁରେ ପର୍ଯ୍ୟାପ୍ତ ପରିମାଣରେ କାର୍ବୋହାଇଡ୍ରେଡ ମଧ୍ୟ ରହିଛି। କ୍ଷୀର ଓ ମହୁ ଏକାସହ ପିଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ।

ହାଡଶକ୍ତ କରିଥାଏ :

କ୍ଷୀର ସହ ମହୁ ମିଶାଇ ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ଏହାଦ୍ବାରା ଅଷ୍ଟିଓପାରାସିସ୍‌ ରୋଗରୁ ଉପଶମ ମିଳିଥାଏ। ଏହାସହ ହାଡ ସମ୍ପର୍କିତ ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। କ୍ଷୀର ଓ ମହୁ ଉଭୟରେ କ୍ୟାଲସିୟମ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଏହା ହାଡକୁ ଶକ୍ତ କରିଥାଏ।

ଛୋଟ ଛୋଟ ରୋଗରୁ ରକ୍ଷା କରେ :

ମହୁ ସହ କ୍ଷୀର ମିଶାଇ ପିଇବା ଦ୍ବାରା ଏହା ଶରୀରରେ ଆଣ୍ଟି-ବ୍ୟାକ୍ଟେରିଆ ପରି କାମ କରିଥାଏ। ଏହାଦ୍ବାରା କ୍ଷତିକାରକ ବ୍ୟାକ୍ଟେରିଆ ଶରୀରରେ ପ୍ରବେଶ କରିପାରେ ନାହିଁ। କ୍ଷୀର ଓ ମହୁ ପିଇବା ଦ୍ବାରା ଥଣ୍ଡା, ଜ୍ବର, କାଶ ଇତ୍ୟାଦିରୁ ଉପଶମ ମିଳିଥାଏ।

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories