କେନ୍ଦୁଝର : କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୂଆଝରଣ ଘାଟିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକଅପ ଭ୍ୟାନ ପଛରୁ ଏକ କାରକୁ ଧକ୍କା ଦେବାରୁ ଭାରସାମ୍ୟ ହରାଇ କାରଟି ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ସୌରଭ କିଶୋର ଦାସ। ତାଙ୍କ ଘର ଭଦ୍ରକ। ଆହତମାନେ ହେଲେ କୋରାପୁଟର ବିବେକ ଏକ୍କା, ଜାରକାର ରାକେଶ ପାଣିଗ୍ରାହୀ ଓ ଭୁବନେଶ୍ୱରର ଦିନେଶ ସାହୁ। ଆହତମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଏମାନେ ପିକନିକ କରିବା ପାଇଁ ଭୁବନେଶ୍ୱରରୁ କାର ଯୋଗେ ସାନଘାଗରା ଆସୁଥିଲେ। ରବିବାର ପିକନିକ କରି ଥାଆନ୍ତେ। ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମସ୍ତ ଆହତ ଓ ମୃତକ ଭୁବନେଶ୍ୱରରେ ରହୁଥିଲେ।
ସଡ଼କ ଦୁର୍ଘଟଣାରେ ଜଣେ ମୃତ ୩ ଆହତ
Popular Categories



