www.samajalive.in
Wednesday, December 10, 2025
14.1 C
Bhubaneswar

ଗାଡି ଚକ ଫାଟିବାରୁ ଦୁର୍ଘଟଣା : ୧୮ ଆହତ, ୮ ଗୁରୁତର

ପାତ୍ରପୁର : ଛାତ ପକାଇ ଫେରିବା ବେଳେ ତାଳପଡ଼ା ଠାକୁରାଣୀ ମନ୍ଦିର ନିକଟରେ ଏକ ଟାଟା ପିକଅପ୍ ଦୁର୍ଘଟଣା ଘଟି ୧୮ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଆଠ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ଶ୍ରମିକ ଖାରିଆଗୁଡ଼ା ଗ୍ରାମର ବୋଲି ଜଣା ପଡ଼ିଛି। ଆହତ ଶ୍ରମିକମାନଙ୍କୁ ସୁରଙ୍ଗୀ ଏବଂ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୮ଯୋଗେ ନିଆଯାଇ ଥିଲା। ତେବେ ଗୁରୁତର ଥିବା ତ୍ରିଲୋଚନ କୁଣ୍ଡ, କୁମାରୀ ସାହୁ, ସରସ୍ବତୀ କୁଣ୍ଡ, ହରି ସେଠୀ, ମାଳତୀ ବେହେରା,ପ୍ରକାଶ ସେଠୀ, ଦିପାଞ୍ଜଳି କୁଣ୍ଡ, ଝୁନୁ ପ୍ରଧାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଆହତ ମାନେ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଶ୍ରମିକ ମାନେ ଆଜି ସକାଳେ ନୂଆପେଣ୍ଠ ଗ୍ରାମର ଜଣେ ବ୍ୟକ୍ତିଙ୍କଘର ଛାତ ପକାଇବାକୁ ଯାଇ କାର୍ଯ୍ୟ ଶେଷ ପରେ ଖିଆ ପିଆ କରି ଫେରୁଥିଲେ। ଏହି ସମୟରେ ତାଳପଡ଼ା ଠାକୁରାଣୀ ମନ୍ଦିର ନିକଟରେ ଗାଡିର ଚକ ଫାଟିଯିବାରୁ ଦୁର୍ଘଟଣା ଘଟିଥିଲା। ଡାକ୍ତର ଖାନାରେ ପହଞ୍ଚିବା ପରେ ପାତ୍ରପୁର ବିଡ଼ିଓ ପ୍ରକାଶ କୁମାର ଦାସ, ତହସିଲଦାର ଅମିତ କୁମାର ନାୟକଙ୍କ ସମେତ ଜରଡାଖାରିଆଗୁଡ଼ା ପୁଲିସ ପହଞ୍ଚି ଆହତଙ୍କ ଚିକିତ୍ସା ପାଇଁ କାର୍ଯ୍ୟ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories