www.samajalive.in
Thursday, December 11, 2025
27.1 C
Bhubaneswar

ପାହାଡ଼ ଚଢି ଅପହଞ୍ଚ ଗାଁରେ ସ୍ଥିତି ଅନୁଧ୍ୟାନ କଲେ ଉପ ଜିଲ୍ଲାପାଳ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତର ଅପହଞ୍ଚ ଗାଁ କଣ୍ଡାବାରିଡିରେ ପହଞ୍ଚି ଗୁଣୁପୁର ଉପଜିଲ୍ଲାପାଳ ଜେ. ସୋନାଲ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ପ୍ରଥମେ କଣ୍ଡାବାରିଡି ଗ୍ରସ୍ତ କରି ବ୍ଲକ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶେଷ କରି ରାସ୍ତା, ପାନୀୟ ଜଳ, ପୁଷ୍ଟିକର ଖାଦ୍ୟ, ସ୍ବୟଂ ସହାୟକ ଗୋଷ୍ଠୀ, ଜଙ୍ଗଲ ଜମି ପଟା, ଘରଢିହ ପଟ୍ଟା ଆଦି ସଂପର୍କରେ ଲୋକଙ୍କୁ ପଚାରିବୁଝିବା ସହ ୨ମାସ ହେଲା ଛତୁଆ ପ୍ରଦାନ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିଭଳି କଣ୍ଡାତାମିଙ୍ଗ ଗ୍ରାମରେ ପହଞ୍ଚି ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ପଚାରିବୁଝିବା ସହ ଲୋକମାନେ ପାନୀୟ ଜଳ ଅସୁବିଧା ସଂପର୍କରେ କହିବା ସହିତ ୨ ମାସର ଛତୁଆ ପ୍ରଦାନ କରାଯାଇନଥିବା ପ୍ରକାଶ କରିଥିଲେ। ତେବେ ଲୋକଙ୍କୁ ସ୍ଥାନୀୟ ତହସିଲ ପକ୍ଷରୁ ଜଙ୍ଗଲ ଜମି, ଘରଢିହ ପଟ୍ଟା ଯୋଗାଇ ଦେବାକୁ କହିବା ସହିତ ପାନୀୟ ଜଳ ସୁବନ୍ଦୋବସ୍ତ କରାଯିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।ସେହିପରି ଗ୍ରାମ ମହିଳା ମାନଙ୍କୁ ନେଇ ମିଶନଶକ୍ତି ପକ୍ଷରୁ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କହିବା ସହ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ସ୍ବାବଲମ୍ବୀ  କରିବାକୁ କୁକୁଡ଼ା କିମ୍ବା ଛେଳି ପାଳନ କରାଯାଇ ଆତ୍ମନିର୍ଭରଶୀଳ କରାଯିବାପାଇଁ କହିଥିଲେ। ଉପଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ରାମନାଗୁଡା ବିଡ଼ିଓ ବେଣୁଧର ଶବର, ତହସିଲଦାର ଜୟଶ୍ରୀ ମଲ୍ଲିକ, ଅତିରିକ୍ତ ତହସିଲଦାର ଫ୍ରଡିନାଲ ଏକ୍କା, ସିଡିପିଓ ଶାନ୍ତିଲତା ରଥ, ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭିରିକା, ସହକାରୀ କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାତ ଶତପଥୀ, ଗ୍ରାମ ରୋଜଗାର ସେବକ ଦିଲ୍ଲୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories