BJD Bijuli 480×75 Mob

ବର-କନ୍ୟା ଗାଡିକୁ ଧକ୍କା ଦେଲା ଟ୍ରକ୍, ଜଣେ ମହିଳା ମୃତ ଓ ୬ ଗୁରୁତର

BJD Bijuli 480×75 Mob
0

କୋରାପୁଟ: ବିବାହ ସାରି ଫେରୁଥିବା ବର-କନ୍ୟା ଗାଡିକୁ ଧକ୍କା ଦେଇଛି ଟ୍ରକ୍ । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜିଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ଏହି ଦୁର୍ଘଟଣାଟି କୋରାପୁଟ ଜିଲା ସମ୍ବିଲଗୁଡା ନିକଟସ୍ଥ ଡଲିଆମ୍ବରେ ଘଟି ଯାଇଛି ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ବିବାହ ସାରି କାଲକାନାଗିରି ମାତେଲି ଫେରୁଥିବା ବେଳେ ଡଲିଆମ୍ବ ନିକଟରେ ଏକ ଟ୍ରକ୍ ସହ ଇନୋଭା ଗାଡି ମୁହାଁମୁହିଁ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଗାଁଲୋକ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣଗ୍ରସ୍ତ ଗାଡିକୁ ଜବତ କରିଛି ।

Leave A Reply