www.samajalive.in
Saturday, December 6, 2025
14.1 C
Bhubaneswar

ଟିଏମସିରେ ମିଶିବେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ, ସୋମବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦଳରେ ହୋଇପାରନ୍ତି ସାମିଲ

କଲକତା: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ସାଂସଦ ଅଭିଜିତ ମୁଖାର୍ଜୀ ତୃଣମୂଳ କଂଗ୍ରେସରେ ମିଶିବେ। ସୋମବାର ସେ ଟିଏମସିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ସେ ଟିଏମସିର ଅଭିଷେକ ବାନାର୍ଜୀଙ୍କୁ ଭେଟି ଆଲୋଚନା କରିଥିଲେ । ପଶ୍ଚିମବଙ୍ଗର ଜାଙ୍ଗିପୁର ଲୋକସଭା ଆସନରୁ କଂଗ୍ରେସ ସାଂସଦ ଥିଲେ ଅଭିଜିତ ବାନାର୍ଜୀ ।

ଗତ କିଛିଦିନ ହେବ ଅନେକ ପ୍ରସଙ୍ଗକୁ ନେଇ ଅଭିଜିତ ଟ୍ୱିଟରରେ ମମତା ବାନାର୍ଜୀଙ୍କ ସପକ୍ଷରେ ସ୍ୱର ଉଠାଉଥିଲେ। ଏଥିରୁ ସେ ଟିଏମସି ପ୍ରତି ମନ ବଦଳାଇଥିବା ନେଇ ଚର୍ଚ୍ଚା ହେଉଥିଲା । ମିଥ୍ୟା ଟିକାକରଣ ନେଇ ଦିଦିଙ୍କୁ ସମାଲୋଚନା ଉପରେ ନିଜ ଟ୍ୱିଟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ।

- Advertisement -

ବିଶେଷ ସୂତ୍ରରୁ ପ୍ରକାଶ ଯେ, ଚୁଡ଼ାନ୍ତ ନିଷ୍ପତ୍ତି ନିଆସରିଛି ଏବଂ ଆଜି କଲକତାରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ମୁଖାର୍ଜୀ ଟିଏମସିରେ ଯୋଗ ଦେବାର ସମ୍ଭାବନା ରହିଛି।

 

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories