www.samajalive.in
Saturday, December 6, 2025
26.1 C
Bhubaneswar

୨୮ ବର୍ଷ ପରେ ‘ଅଭୟା’ଙ୍କୁ ନ୍ୟାୟ; ଫାଦର, ନନ୍‌ଙ୍କୁ ଆଜୀବନ କାରାଦଣ୍ଡ

ଥିରୁଭାନନ୍ଥପୂରମ: ଦୀର୍ଘ ୨୮ ବର୍ଷ ପରେ ସିଷ୍ଟର ‘ଅଭୟା’ଙ୍କୁ ମିଳିଛି ନ୍ୟାୟ। ତାଙ୍କୁ ହତ୍ୟା କରିଥିବା ୨ ଅଭିଯୁକ୍ତ ତଥା ଖ୍ରୀଷ୍ଟିଆନ ଧର୍ମଗୁରୁ ଫାଦର ଥୋମାସ କୋଟ୍ରୁ ଏବଂ ଜଣେ ନନ୍‌ ସେଫିଙ୍କୁ ଥିରୁଭାନନ୍ଥପୂରମ ସିବିଆଇ କୋର୍ଟ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମଙ୍ଗଳବାର ମାମଲାର ଶୁଣାଣି ସମୟରେ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଆଜି ଦଣ୍ଡାଦେଶ ଦେଇଛନ୍ତି।

ସୂଚନା ଅନୁସାରେ, କୋଟ୍ଟାୟମର ସେଣ୍ଟ ପିୟୁସ୍‌ ଖ୍ରୀଷ୍ଟିଆନ୍‌ ଚର୍ଚ୍ଚରେ ସିଷ୍ଟର ଅଭୟା ରହୁଥିଲେ। ୧୯୯୨ରେ ଆଶ୍ରମ କୂଅ ଭିତରୁ ଅଭୟାଙ୍କ ମୃତଦେହ ମିଳିଥିଲା। ଅଭୟାଙ୍କୁ ଚର୍ଚ୍ଚର ଧର୍ମଗୁରୁ ଏବଂ ଅନ୍ୟମାନେ ମିଶି ହତ୍ୟା କରିଥିବା ତାଙ୍କ ମା’ବାପା ଅଭିଯୋଗ କରିଥିଲେ। କିନ୍ତୁ ସ୍ଥାନୀୟ ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହିଥିଲା। ପରବର୍ତ୍ତୀ ସମୟରେ ୨୦୦୮ରେ ସିବିଆଇକୁ ମାମଲାର ତଦନ୍ତ ଦାୟିତ୍ଵ ଦିଆଯାଇଥିଲା। ନ୍ୟାୟ ଅପେକ୍ଷାରେ କିଛି ବର୍ଷ ତଳେ ଅଭୟାଙ୍କ ମା’ବାପାଙ୍କ ଦେହାନ୍ତ ହୋଇଯାଇଥିଲା।

- Advertisement -

ସିବିଆଇ ତଦନ୍ତ କରିବା ପରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଗତବର୍ଷ ଅଗଷ୍ଟ ୨୬ରୁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଶୁଣାଣି ବେଳେ କୋର୍ଟ ଚର୍ଚ୍ଚର ଫାଦର ଥୋମାସ କୋଟୁର ଏବଂ ସିଷ୍ଟର ସେଫିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅନ୍ୟତମ ଅଭିଯୁକ୍ତ ଫାଦର ଫୁଥରାକୟାଲଙ୍କୁ ପ୍ରମାଣ ଅଭାବରୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ସିବିଆଇର  ତଦନ୍ତ ଅନୁସାରେ ଅଭୟାଙ୍କୁ କୁରାଢ଼ିରେ ଆକ୍ରମଣ କରାଯାଇଥିଲା। କାରଣ ସେ ଆଶ୍ରମରେ ଚାଲିଥିବା କିଛି ଅନୈତିକ କାର୍ଯ୍ୟ ବିଷୟରେ ଜାଣି ଯାଇଥିଲେ, ଯେଉଁଥିରେ ଉପରୋକ୍ତ ୩ ଅଭିଯୁକ୍ତ ସାମିଲ ଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories