www.samajalive.in
Saturday, December 6, 2025
19.1 C
Bhubaneswar

କୋଭିଡ୍‍ ଆରୋଗ୍ୟ ହାର ୯୫.୬୯ ପ୍ରତିଶତ : ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୬ହଜାର ୪୪୪

ନୂଆଦିଲ୍ଳୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୫.୬୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୨୬ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ କୋଭିଡ୍‍ରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୯୬ଲକ୍ଷ ୬୩ ହଜାରରେ ପହଞ୍ଚିଛି। ଦେଶରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୨.୮୬% ରହିଛି। ଦେଶରେ ବର୍ତ୍ତମାନ ୨ ଲକ୍ଷ ୮୯ହଜାର ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ଗତ ୨୪ଘଣ୍ଟା ମଧ୍ୟରେ ୨୩ ହଜାର ୯୫୦ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି। ଏଥିସହିତ ମୋଟ୍‍ ସଂକ୍ରମଣ ୧ କୋଟି ୯୯ହଜାରକୁ ଟପିଯାଇଛି। ମନ୍ତ୍ରଣାଳୟ କହିଛି କୋଭିଡ୍‍ର ମୁକାବିଲା ପାଇଁ ସରକାରଙ୍କ ନୀତିର ସଠିକ୍‍ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଦେଶରେ କୋଭିଡ୍‍
ମୃତ୍ୟୁହାର ୧.୪୫% ରହିଛି ଯାହା ବିଶ୍ୱରେ ସବୁଠାରୁ କମ୍‍। ଗତ ୨୪ଘଣ୍ଟା ମଧ୍ୟରେ ୩୩୩ ଜଣଙ୍କର ମୃତ୍ୟୁ ଘଟିଥିବାରୁ  କୋଭିଡ୍‍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୬ହଜାର ୪୪୪ରେ ପହଞ୍ଚିଛି।

ଆଇସିଏମ୍‍ଆର୍‍ କହିଛି ଗତ ୨୪ଘଣ୍ଟା ମଧ୍ୟରେ ୧୦ ଲକ୍ଷ ୯୮ହଜାରରୁ ଅଧିକ ନମୂନା ପରୀକ୍ଷା କରାଯାଇଛି। ଫଳରେ​​‌ ଏପର୍ଯ୍ୟନ୍ତ ମୋଟ୍‍ ୧୬ କୋଟି ୪୨ଲକ୍ଷ ନମୂନା ପରୀକ୍ଷା କରାଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories