nua o banner

ଇରାକରେ ଅପହୃତ ୩୯ ଭାରତୀୟ ମୃତ : ସୁଷମା

BJD Bijuli 480×75 Mob
0

ନୂଆଦିଲ୍ଲୀ : ଇସଲାମିକ ଷ୍ଟେଟ (ଆଇଏସ୍‌) ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ୩୯ଜଣ ଭାରତୀୟ ହତ୍ୟାର ଶିକାର ହୋଇଛନ୍ତି ବୋଲି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସ୍ପଷ୍ଟ କରିଛନ୍ତି । ପ୍ରକାଶ ଯେ ୨୦୧୪ରେ ଆଇଏସ୍‌ ଆତଙ୍କବାଦୀମାନେ ଇରାକର ମୋସୁଲ ସହରରୁ ୩୯ ଜଣ ଭାରତୀୟଙ୍କୁ ଅପହରଣ କରି ନେଇଥିଲେ। ସେବେଠାରୁ ସେମାନଙ୍କ ସମ୍ପର୍କରେ କୌଣସି ଖୋଜଖବର ନଥିଲା। ଅପହୃତ ଭାରତୀୟଙ୍କ ମୁକ୍ତି ପାଇଁ ଭାରତ ବିଦେଶ ମନ୍ତ୍ରଣାଳୟ ଇରାକର ପ୍ରତିପକ୍ଷ ମନ୍ତ୍ରଣାଳୟ ସହ ଯୋଗାଯୋଗରେ ଥିଲା । ଶେଷରେ ସମସ୍ତ ଅପହୃତଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି ।

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟସଭାରେ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ ଇରାକ ରାଜଧାନୀ ବାଗଦାଦରୁ ମିଳିଥିବା ୩୮ ମୃତକଙ୍କ ଡିଏନ୍‌ଏ ସହ ଅପହୃତ ଭାରତୀୟଙ୍କ ଡିଏନ୍‌ଏ ଅଂଶାବଶେଷ ୭୦% ମିଶୁଛି । ତେଣୁ ସମସ୍ତ ଅହପୃତଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ।

ପ୍ରକାଶ ଯେ ଅପହୃତ ଭାରତୀୟମାନେ ଜୀବିତ ଥିବା ନେଇ ଗତ ବର୍ଷ ଜୁଲାଇରେ ଭାରତ ସରକାର ସୂଚନା ଦେଇଥିଲେ। ସେମାନଙ୍କୁ ମୋସୁଲର ଏକ ଜେଲ୍‌ରେ ବନ୍ଦୀ କରି ରଖାଯାଇଥିବା ନେଇ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଥିଲେ। ଏପରିକି ସେମାନଙ୍କୁ ମୁକ୍ତି ଲାଗି ସରକାର ଉଦ୍ୟମ କରୁଥିବା ସେ କହିଥିଲେ। ଏବେ କିନ୍ତୁ ଇରାକ ସରକାର ଅପହୃତ ଭାରତୀୟ ହତ୍ୟାର ଶିକାର ହୋଇଥିବା କଥା କହିଛନ୍ତି । ଡିଏନ୍‌ଏ୍‌ ମିଶିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ।

ସୁଷମା ସୂଚନା ଦେଇଛନ୍ତି ଯେ ଜେନେରାଲ ଭିକେ ସିଂହ ଇରାକ ଯାଇ ସେଠାରେ ଥିବା ମୃତ ଭାରତୀୟଙ୍କ ଶରୀରର ଅଂଶବିଶେଷକୁ ଭାରତକୁ ଆଣିବେ। ମୃତକଙ୍କ ଶରୀରର ଅଂଶବିଶେଷ ପ୍ରଥମେ ଅମ୍ରିତସର ପରେ ପାଟନା ଓ କୋଲକତା ଯିବ । ମୃତ ୩୯ ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବର ବୋଲି ଜାଣିବାକୁ ମିଳିଛି। ସେହିପରି ଆଇଏସ୍‌ ଆତଙ୍କବାଦୀଙ୍କ କବଳରୁ ହରଜିତ ମୁକୁଳିଆସିବାରେ ସଫଳ ହୋଇଥିବା ପରି ଖବର ମିଥ୍ୟା ବୋଲି ସୁଷମା କହିଛନ୍ତି ।

Leave A Reply