www.samajalive.in
Saturday, December 6, 2025
15.1 C
Bhubaneswar

ଗୋଚର ଜବରଦଖଲ ବିରୋଧରେ ବିଜେପିର ଦାବିପତ୍ର

ଆଠଗଡ : ଆଠଗଡ ବ୍ଲକର ବିଭିନ୍ନ ସ୍ଥାନରେ ଗୋଚର ଜମି ଜବରଦଖଲ ବିରୋଧରେ ବିଜେପି ନେତା ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଠଗଡ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ସୁଧାଂଶୁମୋହନପୁରଠାରେ ଥିବା ବିଶାଳ ପଥର ଖଦାନ ଖାତ ଏକ ଗୋଚର ଜମିରେ ଥିବାବେଳେ ସେଠାରେ କିଏ ଓ କାହିଁକି ଉକ୍ତ ଖାତକୁ ଜବରଦଖଲ କରି ପୋତୁଛି ତାହା ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳିନଥିଲା ବୋଲି ଶ୍ରୀ ବାରିକ ଅଭିଯୋଗ କରିଛନ୍ତି। ଆସନ୍ତା ୭ଦିନ ମଧ୍ୟରେ ପଥର ଖାଦାନ ପୋତା ଘଟଣାର ସ୍ପଷ୍ଟିକରଣ ତହସିଲଦାର ଯଦି ନଦିଅନ୍ତି ତେବେ ତହସିଲ ଅଫିସ ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ଏହାଛଡା ରାଧାଦାମୋଦରପୁର ଠାରେ ପ୍ରତିଷ୍ଠିତ ଏକ ଘରୋଇ ଆଇଟିଆଇ ଓ ଡିପ୍ଲୋମା କଲେଜ ସେଠାରେ ସରକାରୀ ଜମି ଜବରଦଖଲ କରିଥିବା ସେ ଅଭିଯୋଗ କରିଛନ୍ତି। ସେହିପରି କୁମାରପୁର ପଞ୍ଚାୟତରେ ଖାତା ନଂ୬୧୬, ମୌଜା ବଳିପୁରର ପ୍ଲଟ ନମ୍ବର ୧୪୬, ୧୫୨ରେ ମୋଟ ୩୮ଏକର ଗୋଚର ଜମି ଜବରଦଖଲ ହୋଇଥିବା ନେଇ ପୂର୍ବରୁ କରାଯାଇଥିବା ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାର ସ୍ପଷ୍ଟିକରଣ ମଧ୍ୟ ଶ୍ରୀ ବାରିକ ଦାବି କରିଥିଲେ। ଏ ସମସ୍ତ ବିଷୟରେ ସ୍ପଷ୍ଟିକରଣ ଦେବା ସହ ଆଗାମୀ ୭ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେପି ନେତା ଚେତାବନୀ ଦେଇଥିଲେ। ଏହି ପ୍ରତିନିଧି ଦଳରେ ବରିଷ୍ଠ ବିଜେପି ନେତା ଜଗଦାନନ୍ଦ ତ୍ରିପାଠୀ, ସୁନିଲ ସୁତାର, ନୂତନ କୁମାର ରାଉତଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories