www.samajalive.in
Thursday, December 11, 2025
13.1 C
Bhubaneswar

ଆଠଗଡ ବୟନଶିଳ୍ପ ବିଭାଗ ଦୁର୍ନୀତି ମାମଲା; ଉପନିର୍ଦ୍ଦେଶକଙ୍କ ତଦନ୍ତ ଆରମ୍ଭ

ଆଠଗଡ: ଆଠଗଡ଼ ବୟନ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ବିଗତ କିଛିଦିନ ପୂର୍ବରୁ ବୁଣାକାର ମାନଙ୍କୁ ବିଭିନ୍ନ ଯୋଜନାରେ ଦିଆଯାଉଥିବା ସହାୟତାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏବେ ଏହି ଅନିୟମିତତା ଓ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ବୟନ ବିଭାଗ ଉପନିର୍ଦ୍ଦେଶକ ଆଶୁତୋଷ ମହାନ୍ତି ଗୁରୁବାର ଆଠଗଡ଼ ବୟନ କାର୍ଯ୍ୟାଳୟରେ ପହଞ୍ଚି ସମସ୍ତ ନଥିପତ୍ର ଯାଞ୍ଚ କରିଛନ୍ତି। ଆଠଗଡ ବୟନ ମଣ୍ଡଳ ଅଧିନରେ ଥିବା ଆଠଗଡ଼, ତିଗିରିଆ, ବଡ଼ମ୍ବା, ନରସିଂହପୁର ଏବଂ ବାଙ୍କୀ ଉପଖଣ୍ଡର ବାଙ୍କୀ ଓ ଡମପଡା ବ୍ଲକର ହଜାର ହଜାର ବୁଣାକାରଙ୍କ ପାଇଁ ଆସୁଥିବା ବିଭିନ୍ନ ସରକାରୀ ଯୋଜନାର ସହାୟତାକୁ ଚଞ୍ଚକତା କରି ଅଣବୁଣାକାର ମାନଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇ ଆସୁଥିଲା। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବୟନଶିଳ୍ପ ବିଭାଗ ସଚିବ, ନିର୍ଦ୍ଦେଶକ ଏବଂ କଟକ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦିଆଯିବା ପରେ ଏହି ତଦନ୍ତ ଆରମ୍ଭ ହୋଇଛି । ଏପରିକି ଏହି ଚଞ୍ଚକତା ଶିକାର ହୋଇଥିବା ଗୋଟିଏ ବୁଣାକାର ପରିବାର କଟକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପରିବାର ସହିତ ଧାରଣା ମଧ୍ୟ ଦେଇଥିଲେ। ଅଭିଯୋଗ ଅନୁସାରେ ବୁଣାକାର ମାନଙ୍କ ପାଇଁ ଆସୁଥିବା ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ଇନଭର୍ଟର ଯୋଗାଣ, ତନ୍ତ ସରଞ୍ଜାମ ସହାୟତା, ତନ୍ତଶାଳା ପାଇଁ ସହାୟତାରେ ବହୁ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ବୟନ ବିଭାଗ ଯୁଗ୍ମନିର୍ଦ୍ଦେଶକ ଦେବଜିତ୍ ନନ୍ଦୀ ମଧ୍ୟ ଆଠଗଡ଼ ଆସି ତଦନ୍ତ କରିଥିଲେ। ଏ ବାବଦରେ ବୁଣାକାର ମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଅଭିଯୋଗର ଶୁଣାଣି ହେବାର ରହିଛି । ତେଣୁ ତଦନ୍ତ ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ଉପନିର୍ଦ୍ଦେଶକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

ଆଉ ମାତ୍ର ୨ ଦିନ ପରେ ବଦଳିବ ସବୁକିଛି.. ଶୁକ୍ର କରିବେ ଚଳନ ; ସମସ୍ତ ରାଶିରେ ପଡିବ କି ପ୍ରଭାବ, ଜାଣନ୍ତୁ କିଏ ହେବେ କୋଟିପତି, କିଣିବେ ଗାଡି,ଘର, କାହାର ହେବ ବିବାହ..

- Advertisement -

 

ଦେଖନ୍ତୁ ଭୟଙ୍କର ଦୃଶ୍ୟ ; ବର୍ଷାର ବିତ୍ପାତ, ଉତ୍ତରାଖଣ୍ଡ ଠାରୁ ହିମାଚଳପ୍ରଦେଶ ସବୁଠି ବାଦଲଫଟା ବର୍ଷା ପରେ ଜଳ ପ୍ରଳୟ

ଭିଡିଓ ଦେଖିଲେ ଭୟ ଲାଗିବ ; ରଥଯାତ୍ରା ବେଳେ ହଠାତ୍‌ ବେକାବୁ ହେଲା ହାତୀ, ଆଉ ତା’ପରେ..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories