www.samajalive.in
Saturday, December 6, 2025
26.1 C
Bhubaneswar

ଆଉ ମାତ୍ର ୨ ଦିନ ପରେ ବଦଳିବ ସବୁକିଛି.. ଶୁକ୍ର କରିବେ ଚଳନ ; ସମସ୍ତ ରାଶିରେ ପଡିବ କି ପ୍ରଭାବ, ଜାଣନ୍ତୁ କିଏ ହେବେ କୋଟିପତି, କିଣିବେ ଗାଡି,ଘର, କାହାର ହେବ ବିବାହ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ୨୯ ଜୁନ୍‌ ଦିନ ୨ଟା ୮ ମିିନଟ୍‌ ବୃଷ ରାଶିରେ ପ୍ରବେଶ କରିବେ । ଏହାପରେ ମିଥୁନ ରାଶିରେ ପ୍ରବେଶ କରିବେ । ଶୁକ୍ର ବୃଷ ଓ ତୁଳା ରାଶିଙ୍କ ସ୍ୱାମୀ । ଶୁକ୍ରଙ୍କ ଏହି ଚଳନର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷ ଉପରେ ପଡିବ । ଜାଣନ୍ତୁ କେଉଁ ରାଶିଙ୍କୁ ମିଳିବ କି ଫଳ..

ମେଷ- ଶୁକ୍ରଙ୍କ ଚଳନ ଫଳରେ ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ସନ୍ତାନ ସହ ବନ୍ଧୁ ନିକଟରୁ ଖୁସି ଖବର ମିଳିବ । ଦୀର୍ଘ ଦିନର ସମସ୍ୟା ଦୂର ହେବ । ଶୁକ୍ରଙ୍କ ଅଧିକ ଶୁଭଫଳ ପାଇବା ପାଇଁ ମନ୍ଦିରକୁ ଘିଅ ଦାନ କରିବା ସହ ଗାଈଙ୍କୁ ଖାଇବାକୁ ଦିଅନ୍ତୁ ।

- Advertisement -

ବୃଷ- ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ଲାଗି ରହିଥିବା ରୋଗ ଦୂର ହେବ । ଘରକୁ ସଫା ରଖନ୍ତୁ । ଏହାଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଧନ,ଗାଡି, ଘରର ସୁଖ ମିଳିବ । ଶୁକ୍ରଙ୍କ ଅଧିକ ଶୁଭଫଳ ପାଇଁ ଅନ୍ନ ଦାନ କରନ୍ତୁ । ଜୀବନସାଥୀଙ୍କ ଉପରେ ଶୁଭ ପ୍ରଭାବ ରହିବ ।

ମିଥୁନ- ନୂତନ ବିବାହିତ ଦମ୍ପତିଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଧନ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଅଧିକ ଶୁଭଫଳ ପାଇବା ପାଇଁ ଘରକୁ ସଜାନ୍ତୁ ।

କର୍କଟ- ଅନେକ ଦିନର ଇଚ୍ଛା ପୂରଣ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ଧନ ପ୍ରାପ୍ତି ହେବ । ଶୁକ୍ରଙ୍କ ଅଧିକ ଶୁଭଫଳ ପାଇଁ ମନ୍ଦିରକୁ ଆଇନା ଦାନ କରନ୍ତୁ । ଇତର ବ୍ୟବହାର କରନ୍ତୁ ।

ସିଂହ- କୌଣସି ବଡ କାର୍ଯ୍ୟରେ ସଫଳତା ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅଧିକ ଶୁଭଫଳ ପାଇଁ ମନ୍ଦିରରେ ଦହି ଦାନ କରନ୍ତୁ । ଦହିର ସେବନ କରନ୍ତୁ ।

କନ୍ୟା- ସୌଭାଗ୍ୟ ପ୍ରାପ୍ତି ହେବ । ଇଚ୍ଛା ଅନୁଯାୟୀ କାର୍ଯ୍ୟରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଶୁଭଫଳ ମିଳିବ । ଅଧିକ ଶୁଭଫଳ ପାଇଁ ଲାଲ ଗାଈଙ୍କୁ ଖାଇବାକୁ ଦିଅନ୍ତୁ ।

ତୁଳା- ମାନ-ସମ୍ମାନ ବୃଦ୍ଧି ମିଳିବ । ରୋଗ ଦୂର ହେବ । ଜୀବନସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ବ୍ୟବସାୟରେ ମଧ୍ୟ ଲାଭ ମିଳିବ । ଅଧିକ ଶୁଭଫଳ ପାଇବା ପାଇଁ ମନ୍ଦିରକୁ ନିୟମିତ ଯାଇ ଦର୍ଶନ କରନ୍ତୁ ।

ବିଛା- ଜୀବନସାଥୀଙ୍କ ସହଯୋଗ ମିଳିବ । ସନ୍ତାନ ପକ୍ଷରୁ ଶୁଭଫଳ ମିଳିବ । ହଠାତ୍‌ ଧନ ମିଳିବ । ଶୁକ୍ରଙ୍କ ଶୁଭଫଳ ପାଇଁ ଗେଣ୍ଡୁଫୁଲ ପ୍ରଭୁଙ୍କୁ ଅର୍ପଣ କରନ୍ତୁ ।

ଧନୁ- ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । ଧନ ସମ୍ପତ୍ତି ବୃଦ୍ଧି ହେବା ସହ ହଠାତ୍‌ ଧନ ପ୍ରାପ୍ତି ହେବ । ମାନସିକ ଶାନ୍ତି ମିଳିବ । ସହକର୍ମୀଙ୍କ ସହଯୋଗ ମିଳିବ । ଅଟକି ଥିବା କାମ ପୂରଣ ହେବ । ବନ୍ଧୁଙ୍କ ସହ ସାକ୍ଷାତ ହେବ । ଅଧିକ ଶୁଭଫଳ ପାଇଁ କେଶରେ ସୁନେଲି ରଙ୍ଗର କ୍ଲିପ୍‌ ବ୍ୟବହାର କରନ୍ତୁ ।

ମକର- ସନ୍ତାନ ସୁଖ ସହ ବିଦ୍ୟା, ବୁଦ୍ଧି ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଶୁକ୍ରଙ୍କ ଅଧିକ ଶୁଭଫଳ ପାଇଁ ମନ୍ଦିରରେ କ୍ଷୀର ଦାନ କରନ୍ତୁ ।

କୁମ୍ଭ- ଭୂମି, ଘର, ଗାଡି କିଣିବାର ଯୋଗ ରହିଛି । ଆର୍ଥିକ ସମମ୍ୟା ଦୂର ହେବ । ଦୀର୍ଘ ଦିନର ସମସ୍ୟା ଦୂର ହେବ । ସୁଖ ପ୍ରାପ୍ତି ହେବ । ଅଧିକ ଶୁଭଫଳ ପାଇଁ ସ୍ନାନ ଜଳରେ ହଳଦୀ ପକାଇ ସ୍ନାନ କରନ୍ତୁ ।

ମୀନ- କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଯାତ୍ରାର ଯୋଗ ରହିଛି । ପରିଶ୍ରମର ଫଳ ମିଳିବ । ମନ ପ୍ରସନ୍ନ ରହିବ । ଅଧିକ ଶୁଭଫଳ ପାଇଁ ସଧବା ସ୍ତ୍ରୀ ଲୋକଙ୍କୁ ସାଜସଜ୍ଜା ଜିନିଷ ଦାନ କରନ୍ତୁ ।

ଦେଖନ୍ତୁ ଏ କି ଦୃଶ୍ୟ ; ବାଘ ବେକରେ ଓଢଣୀ ବାନ୍ଧି ଏମିତି କଲେ ଲୋକେ..

 

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories