ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ପୁଣି ଥରେ ଗ୍ୟାଙ୍ଗଓ୍ବାର ମୁଣ୍ଡ ଟେକିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏବଂ ବମ୍ବିହା ଗ୍ୟାଙ୍ଗ ମଧ୍ୟରେ ଛକାପଞ୍ଛା ଆରମ୍ଭ ହୋଇଛି। ଲରେନ୍ସ ବିଷ୍ଣୋଇଙ୍କ ଗୁରୁ ତଥା ଗ୍ୟାଙ୍ଗଷ୍ଟର ଜଗୁ ଭଗବାନପୁରିଆଙ୍କ ମା’ ହରଜୀତ କୌରଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ତାଙ୍କ ସହିତ ଥିବା ଅନ୍ୟ ଜଣେ ବ୍ୟକ୍ତି କରରବୀର ସିଂହ ମଧ୍ୟ ହତ୍ୟାର ଶିକାର ହୋଇଛନ୍ତି। ଏହି ହତ୍ୟାକାଣ୍ଡ ପାଇଁ ବମ୍ବିହା ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ଜଗୁ ଏବେ ଜେଲରେ ଅଛନ୍ତି। ତେବେ ଏହି ଗୁଳିକାଣ୍ଡର ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି, ଯାହାର ଫୁଟେଜ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି।
ପୁଲିସ ସୂଚନା ଅନୁସାରେ, ଗତ ଗୁରୁବାର କାଦିଆନ ରୋଡରେ ଏହି ହତ୍ୟାକାଣ୍ଡ ଘଟିଛି। ହରଜୀତ ଏବଂ କରଣବୀର କାରରେ ବସିଥିବାବେଳେ ବାଇକରେ କିଛି ଅଜଣା ଦୁର୍ବୃତ୍ତ ଆସି ସେମାନଙ୍କ ଗୁଳି କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ କରଣବୀର ପ୍ରାଣ ହରାଇଥିବାବେଳେ ହରଜୀତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଥିବା ଡିଏସପି କହିଛନ୍ତି।
Breaking : Gangster Jaggu Bhagwanpuria’s mother shot dead in a firing incident in Batala. Two shooters opened fire on a Scorpio car driver Karanvir Singh died on the spot, while Bhagwanpuria’s mother succumbed to injuries on the way to Amritsar hospital. pic.twitter.com/H7idu64jCN
— Gagandeep Singh (@Gagan4344) June 27, 2025



