www.samajalive.in
Saturday, December 6, 2025
14.1 C
Bhubaneswar

ଡକାୟତି ଉଦ୍ୟମ ବେଳେ ୫ ଜଣକୁ କାବୁକଲା ପୁଲିସ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ୬୫ନଂ ରାଜ୍ୟ ରାଜପଥର ଆଙ୍କୁଲା ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏସବିଆଇ ଏଟିଏମରୁ ଲୁଟ କରିବା ପାଇଁ ଉଦ୍ୟମ କରୁଥିବା ୫ଜଣ ଯୁବକଙ୍କୁ ଆଠଗଡ ପୁଲିସ କାବୁ କରି ଗିରଫ କରିଥିବା ଜଣାପଡିଛି। ଆଠଗଡ ଥାନାର ଉପନିରୀକ୍ଷକ ଶକୁନ୍ତଳା ଦାସ ଓ ଅନ୍ୟ ପୁଲିସ କର୍ମଚାରୀ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବାବେଳେ ସଂପୃକ୍ତ ଏଟିଏମ ସମ୍ମୁଖରେ ୫ଜଣ ଯୁବକ ଗୋଟିଏ ସ୍କୁଟି ଓ ଅନେକ ବୁଲେଟ ରଖି ଡକାୟତି ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ ଦଳ ସେମାନଙ୍କୁ କାବୁ କରି ନେଇଥିଲା। ଧରାହୋଇଥିବା ଯୁବକମାନେ ହେଲେ ତିଗିରିଆ ଥାନା ବିନ୍ଧାଣିମା ଗ୍ରାମର ପିନୁ ରାଉତ (୨୬),  ପିଣ୍ଟୁ ରାଉତ (୨୨),  ଅରୁଣ ବେହେରା (୧୮), ଗଦାଧରପୁର ପଞ୍ଚାୟତର କୋଇଲିକନ୍ୟା ଗ୍ରାମର କାହ୍ନୁ ମନ୍ତ୍ରୀ (୨୪) ଓ ଚିନ୍ମୟ ମନ୍ତ୍ରୀ ବୋଲି ଜଣାପଡିଛି। ସେମାନଙ୍କଠାରୁ ଡକାୟତି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସରଞ୍ଜାମ ସହିତ ସ୍କୁଟି ଓ ବୁଲେଟ ମୋଟର ସାଇକେଲ ଜବତ କରାଯିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଉପନିରୀକ୍ଷକ ବିଶ୍ୱଜିତ୍‌‌ ଜେନାଙ୍କ ସୁତ୍ରରୁ ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories