www.samajalive.in
Sunday, December 7, 2025
23.1 C
Bhubaneswar

ଅଘୋଷିତ ବିଦ୍ୟୁତ କାଟ ; ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ଆଖଣ୍ଡଳମଣିପୀଠ

ଆରଡି : ଦୀର୍ଘଦିନ ହେବ ଭଦ୍ରକଜିଲା ଅସୁରାଳି ଓ ଶାଆଁଳପୁର ବିଦ୍ୟୁତ ବିଭାଗର ମନମୁଖି କାର୍ୟ୍ୟ ଯୋଗୁ ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ରହୁଛି ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ପୀଠ ସହ ଆଖପାଖ ୪୦- ୫୦ ଖଣ୍ଡ ଗାଁ। ଏପରି ବିଦ୍ୟୁତ କାଟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଫୋନ କଲେ କୌଣସି ଉତ୍ତର ମିଳେ ନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଗତକାଲି(ମଙ୍ଗଳବାର ) ରାତି ପ୍ରାୟ ୯ଟା ହେବ ଆକାଶ ମେଘାଛନ ହେବା ସହ ଝିପିଝିପି ବର୍ଷା ହୋଇଥିଲା। ସେହି ସମୟ ଠାରୁ ଦୀର୍ଘ ୧୨ଘଣ୍ଟା ବିତି ଯାଇଥିଲେ ମଧ୍ୟ ବୁଧବାର ସକାଳ ୧୦ଟା ଯାଏଁ ଆରଡିପୀଠ ସମେତ ଆଖପାଖ ସମସ୍ତ ଗାଁ ଅନ୍ଧାରରେ ରହିଛି। ଏହି ଅଞ୍ଚଳ ସମୁଦ୍ରକୂଳିଆ ଅଞ୍ଚଳ ହୋଇଥିବାରୁ ହାତ ଗଣତିରେ ଥିବା ନଳକୂପ ମଧ୍ୟରୁ ବହୁ ନଳକୂପ ଏବେ ଅନୁପଯୋଗି ହୋଇ ପଡି ରହିଛି। ଫଳରେ ମଧୁରଜଳ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ସ୍ଥାନୀୟ ଅଧିବାସୀଙ୍କ ସହ ଆଗନ୍ତୁକ ଭକ୍ତ ପିଇବା ପାଣି ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେବା ସହ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରୁଛନ୍ତି। ସେହିପରି ବିଦ୍ୟୁତ କାଟ ଯୋଗୁ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ନାନା ଅସୁବିଧା ଦେଖା ଦେବା ସହ ନୀତିକାନ୍ତି ଓ ଜଳାଭିଷେକ ନିକଟରେ ଥିବା ପୁଷ୍କରିଣୀର ଦୂଷିତ ଜଳରେ ସମସ୍ତ କାର୍ୟ୍ୟ ଚାଲିଥିବା ସେବାୟତ ନାରାୟଣ ଦାସ, ଶୁଶାନ୍ତ ତ୍ରିପାଠୀ, ପପୁନ ପାଢୀ ପ୍ରମୁଖ କହିଛନ୍ତି।  ବିଶେଷକରି ବିଜୁଳି କାଟ ଯୋଗୁ ସିଧାସଳଖ ଭାବେ ପ୍ରଭାବ ପକାଇଛି ଛାତ୍ରଛାତ୍ରୀଙ୍କ ନିକଟରେ। ମୋବାଇଲର ଟାଓଆର ରହୁନଥିବାରୁ ଇଣ୍ଟରନେଟ ଓ ଅନଲାଇନ ସେବା ଠପ ହୋଇଯାଉଛି। ଅତ୍ୟାବଶ୍ୟକୀୟ ଜମିପଟା ଅନ୍ୟାନ ସାଟିଫିକେଟ ଓ ବ୍ୟାଙ୍କିଙ୍ଗ ସେବା ମଧ୍ୟ ଠପ ହୋଇଯାଉଛି। ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବା ସହ ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories