www.samajalive.in
Tuesday, December 9, 2025
26.1 C
Bhubaneswar

ଆରଡିପୀଠରେ ମା’ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ଆରଡି : ପ୍ରସିଦ୍ଧ ଶୈବପୀଠ ଆରଡିଧାମରେ ମା’ ଧନଦା ଗଜଲକ୍ଷ୍ମୀଙ୍କ ପୂଜା କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି। ମଙ୍ଗଳବାର ପବିତ୍ର କୁମାର ଉତ୍ସବ ଅବସରରେ ୨ଟି ପୂଜା ମଣ୍ଡପରେ ରୀତିନିତୀ ଅନୁଯାୟୀ ଭୋର ମଙ୍ଗଳ ଆଳତୀ, ମହାସ୍ନାନ, ପଞ୍ଚ ଉପଚାର ପୂଜା, ସୂର୍ୟ୍ୟପୂଜା, ଦ୍ବାରପାଳପୂଜା, ଘଟସ୍ଥାପନ କରାଯିବା ପରେ ମା’ଙ୍କ ପୂଜାମଣ୍ଡପରେ ସୀମିତ ସେବାକାରୀଙ୍କ ଦ୍ବାରା ସମସ୍ତ ନୀତିକାନ୍ତି କରାଯାଇଥିଲା। ପରେ ଷୋଡଶ ଉପଚାରପୂଜା, ଚଣ୍ଡିପାଠ, ହୋମ ଆଦି ଅନୁଷ୍ଠିତ ହୋଇଥିଲା। ସେହିପରି ଷାଠିବାଙ୍କୁଡା, ପହଣା, ଓଳଗ, ସୁନ୍ଦରପୁର, ନାନ୍ଦପୁର ଆଦି ସ୍ଥାନରେ କୋଭିଡ କଟକଣା ମଧ୍ୟରେ  ମା’ ଗଜଲକ୍ଷ୍ମୀ ପୂଜା ପାଇଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories