www.samajalive.in
Monday, December 15, 2025
26.1 C
Bhubaneswar

ଦୁଷ୍କର୍ମ ମାମଲାରେ ଆପ ବିଧାୟକ ଗିରଫ, ଥାନାକୁ ନେବାବେଳେ ପୁଲିସକୁ ଗୁଳି କରି ଖସାଇନେଲେ ସମର୍ଥକ

ସମାଜ ଡିଜିଟାଲ ଡେସ୍କ: ଏକ ଦୁଷ୍କର୍ମ ମାମଲାରେ ପଞ୍ଜାବର ଆପ ବିଧାୟକ ହରମିତ ସିଂ ପଠାନମାଜରାଙ୍କୁ ଗିରଫ କରାଯିବା ପରେ ତାଙ୍କ ସମର୍ଥକ ପୁଲିସକୁ ଗୁଳି କରି ତାଙ୍କୁ ଖସାଇ ନେଇଛନ୍ତି। ଏପରି କି ବିଧାୟକ ଏକ ଏସୟୁଭିରେ ଫେରାର ହେବା ସମୟରେ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଯାହା ଫଳରେ ସମ୍ପୃକ୍ତ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ପୁଲିସ ବିଧାୟକଙ୍କୁ ଗିରଫ କରି ସ୍ଥାନୀୟ ଥାନାକୁ ନେବା ସମୟରେ ଏହି ଘଟଣା ଘଟିଛି।

ଏକ ଦୁଷ୍କର୍ମ ମାମଲାରେ ହରମିତଙ୍କୁ ପଟିଆଲାରେ ଅଟକ ରଖାଯାଇଥିଲା। ତାଙ୍କୁ ଅଟକ ରଖାଯିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଦଳର ମୁଖ୍ୟକୁ ସାମାଜିକ ଗଣମାଧ୍ୟମରେ କଡ଼ା ସମାଲୋଚନା କରିଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା। ନିଜ ସରକାର ବିରୋଧରେ ସ୍ଵର ଉତ୍ତୋଳନ କରିବାରୁ ତାଙ୍କୁ ଗିରଫ କରାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏହା ସହିତ ସେ ନିଜ ସମର୍ଥକଙ୍କୁ ବହୁ ସଂଖ୍ୟାରେ ପଟିଆଲାରେ ଏକାଠି ହେବାକୁ କହିଥିଲେ। ପୁଲିସ ତାଙ୍କୁ ଥାନାକୁ ନେବା ସମୟରେ ସମର୍ଥକମାନେ ପୁଲିସ ଉପରକୁ ଗୁଳି କରି ହରମିତଙ୍କୁ ଛଡ଼ାଇ ନେଇଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories