www.samajalive.in
Saturday, December 13, 2025
15.1 C
Bhubaneswar

ବିପଦଶଙ୍କୁଳ ଅବସ୍ଥାରେ ଚିନାମାଳିପଶି ଅଙ୍ଗନୱାଡି ଗୃହ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ଅଙ୍ଗନୱାଡି ଗୃହଟି ବିପଦଶଙ୍କୁଳ ହୋଇପଡିଛି। ଦଦରା କାନ୍ଥ ଓ ଛାତର ପ୍ଲାଷ୍ଟର ଖସୁଥିବା ଗୃହରେ ବାଧ୍ୟ ହୋଇ ଦିଦି କୋମଳମତି ଶିଶୁମାନଙ୍କୁ ପାଠ ପଢ଼ାଉଛନ୍ତି । ଚିନାମାଳିପଶି ଗ୍ରାମର ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏହି ଅଙ୍ଗନୱାଡିଟି ବହୁ ପୁରୁଣା । ଏଠାରେ ଏବେ ୨୮ ଜଣ ଶିଶୁ ପାଠ ପଢୁଛନ୍ତି। ଏହି ଅଙ୍ଗନୱାଡି ଗୃହ ବିପଦଶଙ୍କୁଳ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଥିଲେ। ଏହାପରେ ପାଟଣା ବିଡିଓ ଏହି ଅଙ୍ଗନୱାଡି ଗୃହ ସ୍ଥିତି ଦେଖି ଏହାକୁ ଭାଙ୍ଗିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ସେହି ଭଙ୍ଗା ଦଦରା ଘରେ ଶିଶୁ ମାନଙ୍କୁ ପାଠ ପଢ଼ାଯାଉଛି । ଏପରିକି ଏହି ଅଙ୍ଗନୱାଡି କେନ୍ଦ୍ରଟି ଉଚ୍ଚ ବିଦ୍ୟାଳୟ ୫-ଟି ସୌନ୍ଦର୍ଯ୍ୟ କରଣକୁ ମଧ୍ୟ ନଷ୍ଟ କରିଛି । ଏହି ପରିପ୍ରେକ୍ଷୀରେ ଏକ ସୁରକ୍ଷିତ, ସୁବିଧାଯୁକ୍ତ ସ୍ଥାନରେ ନୂତନ ଅଙ୍ଗନୱାଡ଼ି ଗୃହ ନିର୍ମାଣ କରାଯିବାସହ ଯଥା ଶୀଘ୍ର ବିପଦଶଙ୍କୁଳ ଗୃହକୁ ଭଙ୍ଗାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ସଙ୍ଗୀତ ଓ ନୃତ୍ୟ ନିର୍ଦ୍ଦେଶକ ପବିତ୍ର ପରିଡାଙ୍କ ପରଲୋକ, ଦାନ କଲେ ଚକ୍ଷୁ

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories