www.samajalive.in
Saturday, December 6, 2025
23.1 C
Bhubaneswar

ଦିଲ୍ଲୀ ହିଂସାରେ ସଂପୃକ୍ତ ଥିବା ଆପ୍ ନେତା ତାହିର ହୁସେନଙ୍କ ନାଁରେ ହତ୍ୟା ମାମଲା, ଆପ୍ ରୁ ନିଲମ୍ବିତ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରରେ ଗତ ୪ ଦିନହେବ ହିଂସାପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ହିଂସାରେ ହାତ ଥିବା ଅଭିଯୋଗ ଆଣି ଦିଲ୍ଲୀ ପୁଲିସ୍ ଆପ୍ ନେତା ତାହିର୍ ହୁସେନଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି। ଏଥିସହିତ ହିଂସାରେ ସଂପୃକ୍ତି ନେଇ ଅଭିଯୋଗ ପରେ ଆମ୍ ଆଦମୀ ପାର୍ଟି ମଧ୍ୟ ତାହିର ହୁସେନଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବନ କରିଛି। ଘଟଣାର ତଦନ୍ତ ଶେଷ ହେବା ଯାଏଁ ଆପ୍ ତାହିରଙ୍କୁ ନିଲମ୍ବନ କରିଛି।

ସୂଚନାଯୋଗ୍ୟ ଦିଲ୍ଲୀ ହିଂସାରେ ଏପର୍ୟ୍ୟନ୍ତ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କ ଚିକିତ୍ସା ଜାରି ରହିଛି ।
ତାହିର ହୁସେନ ହଂସାରେ ସଂପୃକ୍ତି ନେଇ ଭିଡିଓ ଭାଇରାଲ ହେବା ସହ ତାଙ୍କ ଘରୁ ପେଟ୍ରୋଲ ବୋମା, ପଥର ଓ ରଙ୍ଗ ଜବତ ହୋଇଥିଲା। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା।  ତାହିର କିନ୍ତୁ ପୁଲିସର ଅଭିଯୋଗକୁ ମିଥ୍ୟା କହୁଛନ୍ତି। ସେ ନିର୍ଦ୍ଦୋଷ ବୋଲି କହୁଥିବା ବେଳେ କିଛି ଉପଦ୍ରବକାରୀମାନେ ତାଙ୍କ ଘରକୁ ପ୍ରବେଶ କରିଥିଲେ। ଯେଉଁଥି ପାଇଁ ସେ ଛାତ ଉପରକୁ ଚଢି ସୋମନଙ୍କୁ ଘଉଡାଇବାର ପ୍ରୟାସ କରୁଥିବା କହିଛନ୍ତି। ପୁଲିସ ଏହି ସମୟରେ ତାଙ୍କ ଘରୁ ପେଟ୍ରୋଲ ବୋମା, ପଥର ଓ ରଙ୍ଗ ଜବତ କରିଥିଲା। । ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କ ପରିବାରର ଅଭିଯୋଗ ଅନୁସାରେ ତାହିର ସହିତ ଜଡ଼ିତ ଲୋକ ହିଁ ତାଙ୍କର ପୁଅଙ୍କୁ ଡାକି ନେଇଥିଲେ । ଏହା ପରେ ତାଙ୍କର ଶବ ଘରକୁ ଫେରିଆସିଥିଲା । ଏହି ଅଭିଯୋଗରେ ପୋଲିସ ତାହିରଙ୍କ ବିରୋଧରେ ଦୟାଲପୁର ଥାନାରେ ଆଇପିସିର ୩୦୨ ଧାରା (ହତ୍ୟା) ମାମଲା ରୁଜୁ କରିଛି । ପୋଲିସ ଖଜୁରୀଖାସସ୍ଥିତ ତାଙ୍କର କାରଖାନାକୁ ସିଲ କରି ଦେଇଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories