www.samajalive.in
Saturday, December 13, 2025
26.1 C
Bhubaneswar

ଗୁଇନ୍ଦା କନଷ୍ଟେବଳଙ୍କ ଶରୀର ସାରା ଛୁରାଘାତ, ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ସମୟରେ ଗୁଇନ୍ଦା ବିଭାଗ କନଷ୍ଟେବଳ ଅଙ୍କିତ ଶର୍ମାଙ୍କୁ ଦଙ୍ଗାକାରୀମାନେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ଆପ୍‌ ନେତା ତାହିର ହୁସେନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ତେବେ ଅଙ୍କିତଙ୍କୁ ଦଙ୍ଗାକାରୀମାନେ କିପରି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ତାହା ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଗୁରୁବାର ବ୍ୟବଚ୍ଛେଦ ରିପୋର୍ଟ ପୁଲିସକୁ ମିଳିଛି। ଅଙ୍କିତଙ୍କ ଶରୀରର ଏମିତି କୌଣସି ସ୍ଥାନ ନାହିଁ ଯେଉଁଛି ଛୁରାଘାତ ନ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏପରି କି ଛୁରାଘାତ କରି ତାଙ୍କ ପେଟର ଅନ୍ତବୁଜୁଳାକୁ ବି ବାହାର କରିଦିଆଯାଇଥିଲା। ଅଙ୍କିତଙ୍କ ଶରୀରରେ ଯେଉଁଭଳି କ୍ଷତ ହୋଇଛି, ସେଭଳି ଦୃଶ୍ୟ ସେମାନେ ଆଗରୁ କେବେ ଦେଖି ନାହାନ୍ତି ବୋଲି ବ୍ୟବଚ୍ଛେଦ କରିଥିବା ଡାକ୍ତରମାନେ କହିଛନ୍ତି। ସୂଚନାଯୋଗ୍ୟ, ଦଙ୍ଗା ସମୟରେ ଅଙ୍କିତ ରାତିରେ ଘରକୁ ଫେରୁଥିବାବେଳେ ଦଙ୍ଗାକାରୀମାନେ ତାଙ୍କୁ ଭିଡି ନେଇ ହତ୍ୟା କରିବା ପରେ ଚାନ୍ଦବାଗସ୍ଥିତ ଏକ ଡ୍ରେନରେ ଫିଙ୍ଗି ଦେଇଥିଲେ। ଅତିକମ୍‌ରେ ୪ ଜଣ ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହ କରାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories