ଗୋଟିଏ ଭୁଲ ପାଇଁ ଲାଗିଗଲା ନିଆଁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଅନେକ ଥର ଲୋକଙ୍କ ଅବହେଳା ଯୋଗୁଁ ବଡ ଦୁର୍ଘଟଣା ଘଟିଯାଏ । ଆପଣ ପେଟ୍ରୋଲପମ୍ପରେ ନୋସ୍ମୋକିଂ ଚେତାବନୀ ବୋର୍ଡ ଦେଖିଥିବେ ନିଶ୍ଚୟ । ଅନେକ ଥର ଅବହେଳା ଯୋଗୁଁ ପେଟ୍ରୋଲପମ୍ପରେ ନିଆଁ ଲାଗିଯାଏ । ଖାଲି ପେଟ୍ରୋଲପମ୍ପ ନୁହେଁ, ସର୍ବସାଧାରଣ ସ୍ଥାନରେ ମଧ୍ୟ ଅସାବଧାନତା ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଏ । ଏମିତି ଏକ ଦୁର୍ଘଟଣା ଏବେ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି । ଏଠାରେ ଜଣେ ବ୍ୟକ୍ତି ବିଡି ପିଇ ପକାଇଦେବା ଫଳରେ ଭୟାନକ ଅଗ୍ନିକାଣ୍ଡ ଘଟିଯାଇଛି।

ଘଟଣାଟି ଆନ୍ଧ୍ରପ୍ରଦେଶର ଅନନ୍ତପୁରର ବୋଲି କୁହାଯାଉଛି । ଭିଡିଓରେ ଦେଖାଯାଉଛି କି ରାସ୍ତା କଡରେ ଏକ ଦୋକାନ ପାଖରେ ୨ ଜଣ ଠିଆ ହୋଇଛନ୍ତି । ରାସ୍ତା କଡରେ ପାଣି ଜମା ହୋଇଛି । ଭିଡିଓରେ ଦେଖାଯାଉଛି କି ଜଣେ ବ୍ୟକ୍ତି ବିଡି ପିଉଛନ୍ତି ଏବଂ ଜଳନ୍ତା ଦିଆସିଲି ସେହି ପାଣିକୁ ପକେଇଦେଉଛନ୍ତି । ଏହା ପରେ ଅଚାନକ ସେଥିରେ ନିଆଁ ଲାଗିଯାଉଛି ।

ବାସ୍ତବରେ ରାସ୍ତା କଡରେ ପାଣି ନୁହେଁ, ପେଟ୍ରୋଲ ଢାଳିଯାଇଥିଲା । ଥୁଆ ହୋଇଥିବା ଏକ ବାଇକରୁ ପେଟ୍ରୋଲ ଲିକ୍ ହେଉଥିଲା । ଏହି ଦୁର୍ଘଟଣାରେ ବାଇକ ଓ ପାଖରେ ଥିବା ୩ଟି ଦୋକାନରେ ନିଆଁ ଲାଗିଯାଇଥିଲା । ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

Comments are closed.