www.samajalive.in
Saturday, December 6, 2025
14.1 C
Bhubaneswar

ନ୍ୟାୟ ମାଗୁଛି, କୁଆଁରୀ ମାଆ

କଳାହାଣ୍ଡି : ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ପ୍ରେମିକା ଗର୍ଭବତୀ ହେବା ପରେ ପ୍ରତାରଣା କଲା ପ୍ରେମିକ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏକ ଗରୀବ ନିରୀହ ଆଦିବାସୀ ଯୁବତୀ ସାତ ଦିନ ହେବ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ହେଲେ ନବଜାତ ଶୁଶୁଟିକୁ ବାପର ପରିଚୟ ମିଳିପାରିନାହିଁ। ଏପରି ସ୍ଥିତିରେ ମାଆ ଛେଉଣ୍ଡ ଯୁବତୀଙ୍କ ଦୁଃଖ ଆହୁରି ବଢିଯାଇଛି।

ଅଭିଯୋଗ ଅନୁଯାୟୀ, ଥୁଆମୂଳ ରାମପୁର ଯାକେଶପଦର ଗାଁର ରାବିତ ନାଏକ ଜଣେ ଯୁବକ ଗତ ଦୁଇ ବର୍ଷ ହେଲା ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଗର୍ଭବତୀ ହେବା ପରେ ରାବିତ ତାଙ୍କ ସହ କୌଣସି ସମ୍ପର୍କ ରଖିନଥିଲେ। ବର୍ତ୍ତମାନ ଯୁବତୀ ଜଣକ ନିଜର ଅଧିକାର ମାଗିବାରୁ ଅଭିଯୁକ୍ତ ରାବିତ ତାଙ୍କୁ ଧମକ ଦେଉଛି। ଏ ବିଷୟରେ କାହାକୁ କିଛି କହିଲେ ଜୀବନରେ ମାରିଦେବ ବୋଲି କହୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଶିଶୁକନ୍ୟା ଜନ୍ମ ହୋଇ ସାତ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସରକାରୀ ସହାୟତା ମିଳିପାରିନାହିଁ। କଳାହାଣ୍ଡି ଆଦିବାସୀ ନେତା ସୁରେଶ ମାଝୀ, ସୁଗ୍ରୀବ ଦୀପ ଆସି ପୀଡିତାଙ୍କ ସହ ଆଲୋଚନା କରି ରାମପୁର ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ଜିଲ୍ଲା ଶିଶୁ କଲ୍ୟାଣ ଅଧିକାରୀ ଦୃଷ୍ଟି ଦେଇ ଯୁବତୀଙ୍କୁ ନ୍ୟାୟ ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories