www.samajalive.in
Saturday, December 6, 2025
14.1 C
Bhubaneswar

ହସପିଟାଲରେ ମୃତ ଘୋଷିତ ବ୍ୟକ୍ତି ଏବେ ବି ହେଉଛନ୍ତି ଚିକିତ୍ସିତ

ପାଟନା: ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ମୃତ୍ୟୁ ସଂପର୍କିତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଗଲା। ଏଥିରେ ସାରା ପରିବାର ଦୁଃଖରେ ଭାଙ୍ଗିପଡିଲେ। କୋଭିଡ କଟକଣା କାରଣରୁ ମୃତଦେହକୁ ସଂପୂର୍ଣ୍ଣ ଭାବରେ ଘୋଡାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା। ପରିବାର ଲୋକ ମୃତଦେହକୁ ଶ୍ମଶାନକୁ ଦାହ କରିବାକୁ ନେଲେ। ହେଲେ ସେଠାରେ ସେମାନେ ଯାହା ଦେଖିଲେ, ସେଥିରେ ସେମାନେ ଯେତିକି ଆଶ୍ଚର୍ଯ୍ୟ ହେଲେ, ସେମାନଙ୍କ ମନରେ ସେତିକି କ୍ରୋଧ ମଧ୍ୟ ଜାତହେଲା।
ଘଟଣା ଘଟିି ବିହାରର ଖୋଦ ପାଟନା ମେଡିକାଲ କଲେଜ ହସପିଟାଲରେ। ଜଣେ ବ୍ୟକ୍ତିଙ୍କର ମସ୍ତିଷ୍କରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ଚଳିତ ମାସ ୩ ତାରିଖରେ ଚିକିତ୍ସା ନିମନ୍ତେ ହସପିଟାଲକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଭର୍ତ୍ତି କରାଯିବା ପରେ ଡାକ୍ତରମାନେ ଗତ ରବିବାର ତାଙ୍କୁ ମୃତ ଘୋଷଣା କରିବା ସହିତ ଏ ସଂପର୍କିତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ। ଏପରିକି କୋଭିଡ କଟକଣା ଦୃଷ୍ଟିରୁ ତାଙ୍କ ମୃତଦେହକୁ ସଂପୂର୍ଣ୍ଣ ଭାବରେ ଆଚ୍ଛାଦନ କରାଯାଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଏହା ଶୁଣି ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଥିଲେ। ସେମାନେ ହସପିଟାଲରେ ପହଞ୍ଚି ମୃତଦେହ ଏବଂ ମୃତ୍ୟୁ ସଂପର୍କିତ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଶେଷରେ ତାଙ୍କର ଶେଷକୃତ୍ୟ ପାଇଁ ଶ୍ମଶାନକୁ ନିଆଗଲା। ସେଠାରେ ପରିବାର ଲୋକ ଶେଷଥର ପାଇଁ ଉକ୍ତ ବ୍ୟକ୍ତିଙ୍କର ମୁହଁ ଦେଖିବାକୁ ଚାହିଁବାରୁ ଶରୀର ଉପରୁ ଆଚ୍ଛାଦନ କଢାଯିବାରୁ ପରିବାର ଲୋକ ଯାହା ଦେଖିଲେ ସେଥିରେ ସେମାନେ ହତଚକିତ ହୋଇଗଲେ। ତାହାସହିତ ହସପିଟାଲ ଡାକ୍ତରଙ୍କ ଠାରୁ ନେଇ ଅନ୍ୟ କର୍ମଚାରୀଙ୍କ ଉପରେ ଭୟଙ୍କର କ୍ରୋଧ ଜାତ ହେଲା। ଶ୍ମଶାନରୁ ସେମାନେ ସିଧା ହସପିଟାଲରେ ପହଂଚି ଘଟଣା ସଂପର୍କରେ ଜାଣିବାକୁ ଚାହିଁଲେ।
ଶେଷରେ ଜଣାଗଲା ଯେ ସେମାନଙ୍କୁ ଯେଉଁ ମୃତଦେହ ହସ୍ତାନ୍ତର କରାଯାଇଥିଲା ତାହା ସେମାନଙ୍କ ସଂପର୍କୀୟଙ୍କର ନଥିଲା। ତାହା ଆଉଜଣେ ବ୍ୟକ୍ତିଙ୍କର ମୃତଦେହ ଥିଲା। ଭୁଲବଶତଃ ସେମାନେ ଉକ୍ତ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତେବେ ମସ୍ତିଷ୍କରେ ଆଘାତ ଲାଗିଥିବା ବ୍ୟକ୍ତିଜଣକ ପୂର୍ବଭଳି ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଲା। ହସପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡା.ଆଇ ଏସ ଠାକୁର କହିଛନ୍ତି ଯେ ଏଥିରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories