www.samajalive.in
Saturday, December 6, 2025
16.1 C
Bhubaneswar

ସମ୍ବଲପୁରୀ ଭାଷା ସଂସ୍କୃତିକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଦାବିପତ୍ର  

ସମ୍ବଲପୁର : ସମ୍ବଲପୁରର ହୀରାଖଣ୍ଡ ସାମୁଖ୍ୟର ଆହ୍ୱାନ କ୍ରମେ ବୁଧବାର ସକାଳ ୯ଟାରେ ହୀରାଖଣ୍ଡ ଓ ସମ୍ବଲପୁରୀ ଭାଷା ପ୍ରେମୀ ମାନଙ୍କର ପ୍ରାୟ ୩୦ଟି ସଙ୍ଗଠନର ସଦସ୍ୟମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ସାକ୍ଷାତ କରିଛନ୍ତି। ସକାଳ ୯ଟାରେ ଏହି ସଙ୍ଗଠନ ଗୁଡିକର ସଦସ୍ୟମାନେ ସମ୍ବଲପୁର ସ୍ଥିତ କଚେରୀ ଛକର ଶହୀଦ ସ୍ତମ୍ଭ ଠାରେ ଏକତ୍ରିତ ହୋଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତି ବିହାରକୁ ଯାତ୍ରା କରିଥିଲେ। ସମ୍ବଲପୁରୀ ଶବ୍ଦର ପୂର୍ବରୁ ଏବଂ ପରେ ଭିନ୍ନ ଭିନ୍ନ ଶବ୍ଦ ଯୋଡି ଏହାକୁ ବିକୃତିକରଣ କରିବା, ହୀରାଖଣ୍ଡର ଇତିହାସ ଓ ସଂସ୍କୃତି ସମ୍ବନ୍ଧରେ ଗବେଷଣା କରି ପାଠ୍ୟ ପୁସ୍ତକରେ ସ୍ଥାନିତ କରିବା, ବିଶ୍ୱବିଦ୍ୟାଳୟ ତରଫରୁ ଦିଆଯାଉଥିବା ବିଭିନ୍ନ ସମ୍ମାନରେ କେବଳ ସମ୍ବଲପୁରୀ ନାମରେ ପ୍ରଦାନ କରିବା ଓ ସମ୍ବଲପୁରୀ ଭାଷା, ସଂସ୍କୃତି ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବ୍ୟାପକ ଗବେଷଣା ପାଇଁ ଯତ୍ନବାନ ହେବା ଉପରେ କୁଳପତି ସଞ୍ଜୀବ ମିତ୍ତଲଙ୍କ ସହିତ ସଦସ୍ୟମାନେ ବ୍ୟାପକ ଆଲୋଚନା ପରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିସ୍ତୃତ ଆଲୋଚନା ସମୟରେ କୁଳପତି ମିତ୍ତଲ ପ୍ରତିଶୃତି ଦେଇ କହିଛନ୍ତି ଯେ କାହାରି ପ୍ରରୋଚନାରେ ଓ କୌଣସି ବ୍ୟକ୍ତି ବିଶେଷ ଅଥବା ଅନୁଷ୍ଠାନର ଆର୍ଥିକ ରାଶିର ସହାୟତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଭାଷାକୁ (ସମ୍ବଲପୁରୀ ଶବ୍ଦ) ବିକୃତ ଭାବରେ ଉପସ୍ଥାପନ କରଯାଉଥିବ ତାହା ହେଲେ ଏହାକୁ ବନ୍ଦ କରାଯିବା ଆର୍ଥିକ ସହାୟତା ରାଶିକୁ ଫେରାଇ ଦିଆଯିବ ବୋଲି ଅନୁଷ୍ଠାନର ସଦସ୍ୟମାନେ କହିଛନ୍ତି। ଏହା ସହିତ ଆଲୋଚନା ସମୟରେ କୋଶଳୀ ଶବ୍ଦକୁ ନେଇ ରାଜ୍ୟପାଳଙ୍କ ପତ୍ର ସଂଖ୍ୟା ୨୦୧୪/୧୪.୦୧.୨୦୨୦ ସର୍ମ୍ପକରେ ମଧ୍ୟ ବ୍ୟାପକ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହୀରାଖଣ୍ଡ ସାମୁଖ୍ୟ, ପଶ୍ଚିମାଞ୍ଚଳ ଏକତା ମଞ୍ଚ, ସମ୍ବଲପୁରୀ ଭାଷା ଓ ସଂସ୍କୃତି ପରିଷଦ, ଓଡିଶା ସାଂସ୍କୃତିକ ସମାଜ, ଜିଲା ଓକିଲ ସଂଘ, ସଚେତନ ହୀରାଖଣ୍ଡ, ହୀରାଖଣ୍ଡ ଫାଉଣ୍ଡେସନ, ଉର୍ତ୍ସଗ, ଜ୍ୟୋତି, ଅବଗା ସମ୍ବଲପୁରୀ, ଜନନାଟ୍ୟ ମଞ୍ଚ, ଚିତ୍ରଗୁପ୍ତ କଲ୍ୟାଣ ସଂଘ, ବୈଶାଖି, ସ୍ୱଜନୀ, ସଣ୍ଡେ ଗ୍ରୁପ, ଓଜେୟୁ, ସ୍ୱାଧିନ ଫାଉଣ୍ଡେସନ, ପଶ୍ଚିମ ଓଡିଶା ମହିଳା ସମିତି, ସ୍ୱାଭିମାନ, ଆଦର୍ଶ ମହିଳା ସମିତିଙ୍କ ସମେତ ଅନେକ ଅନୁଷ୍ଠାନ ଓ ସଙ୍ଗଠନ ସାମିଲ ହୋଇଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories