www.samajalive.in
Saturday, December 6, 2025
16.1 C
Bhubaneswar

ଦେବଦୂତ ସାଜିଲେ ଗାଡି ଚାଳକ ; ୧୨ ମହଲାରୁ ଖସିଥିବା ୨ ବର୍ଷ ଶିଶୁକୁ କଲେ ରକ୍ଷା

କଥାରେ ଅଛି ରଖେ ହରି ମାରେ କିଏ ? ଏହି କଥାଟି ସମସ୍ତେ ନିଶ୍ଚୟ ଶୁଣିଥିବେ। ମାତ୍ର ଏବେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖି କଥାଟି ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ହୋଇଯିବ। କିଭଳି ମୃତ୍ୟୁ ନିକଟକୁ ଆସି ପଳାଇଛି। ଯେପରି ଭଗବାନ ନିଜେ ପ୍ରକଟ ହୋଇ ୨ ବର୍ଷର ଶିଶୁ କନ୍ୟାକୁ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି। ଏଭଳି ହିଁ ଏକ ଘଟଣା ଭିଏତନାମରେ ଘଟିଛି। ଏକ ୧୨ ମହଲାର ବାଲକୋନିରୁ ଖସିପଡିଥିବା ୨ ବର୍ଷର ଶିଶୁ କନ୍ୟାକୁ ସେଠାରେ ଦେବଦୂତ ସାଜି ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ଜଣେ ଡେଲିବରୀ ଚାଳକ ରକ୍ଷା କରିଥିଲେ।
ଘଟଣାକ୍ରମେ ଜିନିଷ ଦେବା ପାଇଁ ଆସି ନିଜ ଟ୍ରକରେ ଅପେକ୍ଷା କରିଥିଲେ ଉକ୍ତ ଚାଳକ। ସେହି ସମୟରେ ଶିଶୁ କନ୍ୟାକୁ ବାଲକୋନିରୁ ଝୁଲିଥିବା ଅବସ୍ଥାରେ ଦେଖି ଟ୍ରକରୁ ବାହାରକୁ ଆସିଥିଲେ। ଶିଶୁଟିର ହାତ ଖସିବା ମାତ୍ରେ ସେ ତୁରନ୍ତ  ତା’କୁ ଧରିପକାଇବା ସହ କହିଥିଲେ, ସୌଭାଗ୍ୟବଶତଃ ଶିଶୁଟି କୋଳରେ ହିଁ ରହିଗଲେ। ଏବେ ସୋସିଆଲ ମିଡିଆରେ ହିଁ ଭିଡିଓଟି ଖୁବ ଭାଇରାଲ ହେଉଛି।
ଚାଳକ ଜଣଙ୍କ କହିଛନ୍ତି, ସେ ଏହି ବିଲ୍ଡିଂରେ ଜଣଙ୍କୁ ପାର୍ସଲ ଦେବା ପାଇଁ ଆସି ଅପେକ୍ଷା କରିଥିଲେ। ମାତ୍ର ହଠାତ ସେହି ସମୟରେ ପିଲାର କାନ୍ଦ ଶବ୍ଦ ଶୁଣି ଗାଡିରୁ ବାହାରକୁ ଆସି ୧୨ ମହଲାର ବାଲକୋନିରୁ ଶିଶୁଟି ଝୁଲି ରହିବାର ଦୃଶ୍ୟ ଦେଖି ଭୟଭୀତ ହେବା ସହ ତା’କୁ ରକ୍ଷା କରିବାକୁ ସେହି ସ୍ଥାନରୁ ହଟିନଥିଲେ। ସୌଭାଗ୍ୟବଶତଃ ପିଲାଟିକୁ ରକ୍ଷା କରିବାକୁ ସେ ସଫଳ ହୋଇଥିଲେ। ଏହାସହ ଶିଶୁଟିର ପାଟିରୁ ରକ୍ତସ୍ରାବ ହେବାରୁ ତୁରନ୍ତ ତା’କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଅଛି ବୋଲି ଜଣାପଡିଛି। ୧୬୪ ଫିଟରୁ ଉଚ୍ଚତାରୁ ଖସିପଡିଥିବା ଶିଶୁଟିକୁ ରକ୍ଷା କରି ସେ ଖୁବ ଖୁସି ବୋଲି କହିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories