www.samajalive.in
Sunday, December 14, 2025
14.1 C
Bhubaneswar

ଘରୋଇ ବୈଷୟିକ ମହାବିଦ୍ୟାଳୟରେ ବିଟେକ ଛାତ୍ରଙ୍କ ଆତ୍ମହତ୍ୟା

ଖଣ୍ଡଗିରି,୬।୧୧(ନି.ପ୍ର): ଆଜି ସନ୍ଧ୍ୟାରେ ଇନଫୋଭ୍ୟାଲି ଥାନା ବଡ ରଘୁନାଥପୁର ଠାରେ ଥିବା ଏକ ଘରୋଇ ବୈଷୟିକ ମହାବିଦ୍ୟାଳୟ ଛାତ୍ରାବାସରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଭଦ୍ରକ ଅଞ୍ଚଳର ସତ୍ୟ ସାରଥି ଦାଶ (୧୯)। ସେ (ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟ)ରେ ବିଟେକ ପ୍ରଥମ ବର୍ଷର ଛାତ୍ର ଥିଲେ। ଛାତ୍ର ମୃତ୍ୟୁକୁ ନେଇ କଲେଜ ପରିସରରେ ଉତେଜନା ଦେଖାଦେଇଥିଲା। ଉତେକ୍ତ ଛାତ୍ରମାନେ କଲେଜ ଗେଟକୁ ଟେକା ପଥର ମାଡ କରିଥିଲେ। ଘଟଣା ସ୍ଥଳରେ ଇନଫୋଭ୍ୟାଲି ଥାନା ପୁଲିସ ପହଁଚି ଉତେକ୍ତ ଛାତ୍ର ମାନଙ୍କୁ ବୁଝାସୁଝା କରିଛି।
ମିଳିଥିବା ସୂଚନା ଅନୁସାରେ ସତ୍ୟ ସାରଥି ଘରୋଇ ବୈଷୟିକ ମହାବିଦ୍ୟାଳୟର ଛାତ୍ରାବାସରେ ରହି ଅଧ୍ୟୟନ କରୁଥିଲେ। ତାଙ୍କ ସହ ଅନ୍ୟ ଜଣେ ସାଙ୍ଗ ମଧ୍ୟ ଉକ୍ତ ରୁମରେ ରହୁଥିଲେ। କିନ୍ତୁ ସାଙ୍ଗ ଜଣକ ଗତ ୪ ଦିନ ହେବ ତାଙ୍କ ଗାଁ କୁ ଯାଇଥିବାରୁ ସତ୍ୟ ଏକୁଟିଆ ରୁମରେ ଥିଲେ।ସବୁଦିନ ପରି ଆଜି ମଧ୍ୟ ସେ କ୍ଲାସ କରିବାକୁ ଯାଇଥିଲେ।କ୍ଲସ ସରିବା ପରେ ସେ ତାଙ୍କ ରୁମକୁ ଛାଲି ଯାଇଥିଲେ ଏବଂ ଭିତରୁ କବାଟ ଦେଇଥିଲେ ।ଆଉ କବାଟ ଖୋଲି ନଥିଲେ।ଖାଇବା ସମୟ ହେବାରୁ ଛାତ୍ରାବାସର ଅନ୍ୟ ସାଙ୍ଗମାନେ ଖାଇବା ପାଇଁ ବାହାରିଥିଲେ। ସତ୍ୟ କବାଟ ବନ୍ଦ ଥିବାରୁ କିଛି ସାଙ୍ଗ ତାଙ୍କୁ ଡାକିଥିଲେ। କିନ୍ତୁ ସତ୍ୟ କବାଟ ଖୋଲି ନଥିଲେ। ତେଣୁ ସାଙ୍ଗମାନଙ୍କ ସନ୍ଦେହ ହୋଇଥିଲା। ଏନେଇ ଛାତ୍ରାବସର କତୃପକ୍ଷଙ୍କୁ ଜଣାଇଥିଲେ। ଛାତ୍ରାବାସ କତୃପକ୍ଷ ସ୍କାଇଲାଇଟ ପଟେ ଦେଖିବା ବେଳକୁ ସତ୍ୟ ପଙ୍ଖାରେ ଗାମୁଛା ବାନ୍ଧି ଝୁଲି ପଡିଥିଲେ। ଏନେଇ ଇନଫୋଭ୍ୟାଲି ଥାନାକୁ ଖବର ଦେଇଥିଲେ।ଖବର ପାଇ ଇନଫୋଭ୍ୟାଲି ଥାନା ପୁଲିସ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଇଥିଲେ।ସତ୍ୟଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।ସତ୍ୟ ଜଣେ ମେଧାବୀ ଛାତ୍ର ଥିବା ସହପାଠୀ ମାନେ କହିଥିଲେ। କିନ୍ତୁ କେଉଁ କାରଣରୁ ସତ୍ୟ ଆତ୍ମହତ୍ୟା କଲେ ସେନେଇ ସନ୍ଦେହ ପ୍ରକଟ କରିଛନ୍ତି ସହପାଠୀ ମାନେ।ସତ୍ୟଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କଲେଜରେ ଉତେଜନା ବଢି ଯାଇଥିଲା।ତେଣୁ ଛାତ୍ରମାନଙ୍କୁ ଛାତ୍ରାବାସରୁ ବାହାରକୁ କାଢି ଦିଆଯାଇଥିଲା।ଉତେକ୍ତ ଛାତ୍ର ମାନେ ରାସ୍ତା ଉପରୁ କଲେଜ ଗେଟକୁ ଟେକା ପଥର ମାଡ କରିଥିଲେ।ଘଟଣା ସ୍ଥଳରେ ଇନଫୋଭ୍ୟାଲି ଥାନା ଅଧିକାରୀ, ଜୋନ ୩ ଏସିପି ପୁଲିସ ଦଳ ସହ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।ପ୍ରଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ଜାଣିଥିଲେ ମଧ୍ୟ କେଉଁ କାରଣରୁ ଛାତ୍ର ଜଣକ ଆତ୍ମହତ୍ୟା କଲେ ଓ ଏହା ପଛର କାରଣ କଣ ସେ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ମୃତ ଛାତ୍ରଙ୍କ ମୋବାଇଲ ଓ ଡାଇରି ଜବତ କରିଛି।ମୃତ ଛାତ୍ରଙ୍କ ପରିବାର ଲୋକ ଆସିବା ପରେ ଆଶନ୍ତା କାଲି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।ଶବ ବ୍ୟବଚ୍ଛେଦ ବିବରଣୀ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories